Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Others Children

3  

Smitarani Barik

Others Children

ବିଦ୍ଯା ଅଟଇ ମହାଧନ

ବିଦ୍ଯା ଅଟଇ ମହାଧନ

1 min
203


ଏ ପାର୍ଥିବ ସଂସାରେ ବ୍ୟକ୍ତି ଧନାଭିିଳାଷୀ

ଧନ ପାଇଁ ସଂସାରରେ ସବୁ କିଛି ଚାଲିଛି ।

ଧନ ପାଇଁ ମୂର୍ଖ ପଣ୍ଡିତରେ ଗଣ୍ୟ ହୁଏ

ଧନର ମହିମା ସତେ ବଖାଣିବ କିଏ

ସୁନା ରୂପା ଟଙ୍କାପଇସା ଜମି ଘର ଦ୍ବାର

ଗୋରୁଗାଈ ଜାନବାହନ ବିଭିନ୍ନ ପ୍ରକାର ।

ଏ ଅଟେ ଭୌତିକଧନ ପାର୍ଥିବ ସଂସାରେ

ନିର୍ଦ୍ଧାରିତ ହୁଏ ଧନ ମୂଲ୍ୟ ବିନିମୟରେ ।

ପ୍ରାଚୀନ କାଳରେ ଭାରତୀୟ ସଂସ୍କୃତିରେ

ବିଦ୍ୟାହିଁ ପ୍ରକୃତ ଧନ ଭାରତ ମାଟିରେ ।

ଭୌତିକ ଧନର କ୍ଷୟ ସର୍ବଦା ରହିଛି

ଧନ ଯେଉଁଠି ରହିଛି ଦୁଶ୍ଚିନ୍ତା ସେଇଠି ।

ବିଦ୍ୟାଧନରେ ଯେ ଧନୀ ଅଶାନ୍ତିରୁ ବଞ୍ଚିତ

ଚିର ଶାନ୍ତିରେ ଜୀବନ, ହୁଏ ଅତିବାହିତ ।

ଧନୀ ସମ୍ମାନିତ ହୁଏ ନିଜ ଇଲାକାରେ

ଜ୍ଞାନୀ ପୂଜା ପାଉଥାଏ ସାରା ଜଗତରେ ।

ବିଦ୍ୟା ଏକ ଦିବ୍ୟଗୁଣ ଅଜ୍ଞାନତା ନାଶେ

ଜନମାନସରେ ଜ୍ଞାନ ଆଲୋକ ବରଷେ ।

ବିଦ୍ୟା ରୂପକ ଜ୍ଞାନ ଆମେ କରିବା ଅର୍ଜନ

ଜ୍ଞାନରୁ ହିଁ ଧନ ଆଉ ମାନର ଉତ୍ଥାନ ।

ଛାତ୍ର ଜୀବନ ଅଟଇ ବିଦ୍ୟାର୍ଜନ ସମୟ

ସାଧନା ବଳେ ଅର୍ଜିବା ଦେଇ ମନ ଧ୍ୟାନ ।

ବିଦ୍ୟା ଯୁଗେ ଯୁଗେ ମହଧନର ରୂପରେ

ସଦୁପଯୋଗ କରିଲେ ଉନ୍ନତି ଜୀବନରେ ।

      


Rate this content
Log in