Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Children

3  

Pranati Mahapatra

Children

ସକାଳ ହେଲାଣି

ସକାଳ ହେଲାଣି

1 min
185



ଆଜି ସୋମବାର ଶୁଭ ସକାଳର

  ଘେନ ହେ ଅଭିନନ୍ଦନ,

କାକ କୁକ୍କୁଟଙ୍କ ସତର୍କତା ଘଣ୍ଟି

  କର୍ଣ୍ଣେ ଶୁଭେ ଘନଘନ,

  ଉଠ ନନ୍ଦିନୀ ନନ୍ଦନ

ଉଠିପଡ ମୋର ହେ ଭ୍ରାତା ଭଗିନୀ

  ବେଳ ଉଛୁର ଯେ ପୁଣ ।।



ଉଠିପଡ଼ି ସର୍ବେ ପିତାମାତା ଇଷ୍ଟ

  ଶ୍ରୀପଦେ ପ୍ରଣାମ କରି,

କରିବ ଜୁହାର ମାଆ ଧରିତ୍ରୀଙ୍କୁ

  ଅନ୍ତରେ ଭକତି ଭରି,

  ସର୍ବଂସହା ସେ ଧରଣୀ

ଅନ୍ନପୂର୍ଣ୍ଣା ଦେବୀ ସର୍ବ ଉଦରକୁ

  ଥାଏ ସିଏ ପୂର୍ଣ୍ଣ କରି ।।


କରିବା ବ୍ୟାୟାମ ସୁସ୍ଥ ଓ ସୁନ୍ଦର

  ନୀରୋଗ ପାଇଁ ଶରୀର,

ସକାଳ ବୁଲାରେ ମୁକ୍ତ ପୁଣି ସ୍ବଛ

  ବାୟୁ ଅତି ଦରକାର,

  ସଅଳ ଶଯ୍ୟାଟି ତ୍ୟାଗ

ଆଳସ୍ୟ ହୋଇଲେ ମାଟି ହୋଇଯିବ 

   ଦାନ ଏ ଜୀବନ ଆମର ।।



 



Rate this content
Log in

Similar oriya poem from Children