STORYMIRROR

Snigdha Nayak

Inspirational Children

3  

Snigdha Nayak

Inspirational Children

ଆଈର ପରିବା ଟୋକେଇ

ଆଈର ପରିବା ଟୋକେଇ

1 min
171

ଆଈର ଟୋକେଇ ପରିବାରେ ଭରିଛି

ପନିପରିବା ବଗିଚାରେ ଯେତକ କରିଛି

ସବୁକୁ ମୁଣ୍ଡାଇ ବଜାରେ ହାଜର ହୋଇଛି

ପରିବା ଗୁଣ ଗାଇ ବିକି ଚାଲିଛି ।।


ଟମାଟର....ଟମାଟର

ନାଲି ରଙ୍ଗର ଗୋଲ ଟମାଟର

ଗୁଣ ତାର ହଜାର

ଯିଏ ତାକୁ ନିଇତି ଖାଇବ

 ରକ୍ତର ଅଭାବ ଦେହେ ନ ହୋଇବ

ଯେଉଁ ତରକାରୀରେ ପଡିବ

ତା' ସ୍ୱାଦ ଦ୍ୱିଗୁଣିତ ହୋଇବ ।।


ନିଅ...ନିଅ

ଟମାଟର ସାଥିରେ ଗାଜର

ସିଏ ବି ଆଜି ଏଠି ହାଜର

ଗାଜର ହାଲବା କି ମିଠା

ଅନ୍ୟ ମିଠ। ତା' ଆଗରେ ସିଠା

ଭିଟାମିନ 'ଏ'ରେ ଭରପୁର

ଖାଇଲେ ଗାଜର ଚକ୍ଷୁ ରୋଗ ହୁଏ ଦୂର ।।


ତାଙ୍କ ସହ ଟୋକେଇରେ ପାଳଙ୍ଗ ହୋଇଛି ଭରି

କେଡେ ସୁଆଦିଆ ପାଳଙ୍ଗ ସହ ପନିର କରି

ଖାଇବ ପିଲାଏ ତାକୁ ଆଦରି

ଜୀବ ରକ୍ତ ଆଇରନରେ ଭରି

ରୋଗ ପ୍ରତିରୋଧକ ଶକ୍ତି ବଢିବ

ଆଉ ଖୁସିରେ ମୋ ପରିବାଙ୍କ ଗୁଣ ଗାଇବ ।।



Rate this content
Log in

Similar oriya poem from Inspirational