STORYMIRROR

SUKANTA KHANDA

Children

3  

SUKANTA KHANDA

Children

ଶୀତ,ନାତି ଓ ଜେଜେ

ଶୀତ,ନାତି ଓ ଜେଜେ

1 min
124


ଶୀତକୁ ଡରି ଜେଜେ ମୋର

ଶୋଇ ରହୁଛି ନିରନ୍ତର।

ଶୀତର ମାଡ଼ ଖାଇବେନି

ସେ ପାଇଁ ପାଣି ପିଉ ନାହିଁ।

ଗାଧୋଇବାକୁ ଭାରି ଭୟ

ହେବାକୁ ଶୀତ ପାଖୁ ଜୟ।

ଗୋଡ଼ ଓ ହାତ ଧୋଉନାହିଁ

ମାସେ ହେଲାଣି ବାହାରୁନି।

କନ୍ଥା କମ୍ବଳ ଛାଡୁନାହିଁ

ଏହି ଶୀତଟି କାହିଁ ପାଇଁ ?

ନାତିଆ ତାର କହେ ଆସି

ବାହାରି ଏବେ ଯାଅ ବସି।

ସୁନ୍ଦର ଦେଖ ପରିବେଶ

ପିଉନ ଟିକେ ପାଣି ରସ।

ଉପଭୋଗକୁ କଲେ ସିନା

ପ୍ରଫୁଲ୍ଲ ହେବଟି ଭାବନା।

ବିଛଣାଟିକୁ ଦେଲେ ଛାଡି଼

ଯେତେ ଅଳସ ଅଛି ମାଡି଼।

କହୁ କହୁକା ନାତି ତାର

ପାଣି ଢାଳିଲା ବିଛଣାର।

ଭିଜିକି ଜେଜେ ଉଠିଗଲା

ନାତିଟି ଏବେ ହସିଦେଲା।

କାନ୍ଦିଲେ ସିନା ଜେଜେ ବସି

କହିକି ପାରେ ସେ ଭରଷି ?

ଜେଜେ ଦେଖିଲେ ପରିବେଶ

ସଉନ୍ଦର୍ଯ୍ଯରୁ ପିଇ ରସ।

କୋଟି ଫିଙ୍ଗିଲେ ଧନ୍ଯବାଦ

ଯାହାକୁ ଦେଉଥିଲେ ବାଦ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children