Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Children Stories Inspirational

3  

Dr. Rajib Lochan Panigrahy

Children Stories Inspirational

ଆସିଛି ଶୀତ

ଆସିଛି ଶୀତ

1 min
113


ଏବେ ଆସିଛି ଶୀତ

କମ୍ବଳ ପାଛୁଡ଼ି

ସ୍ଵେଟର ମାଫୁଲର

ଏବେ ଆମର ମିତ |


ଘରୁ ବାହାରିବାକୁ

ଏବେ ବଳୁନି ମନ

ବଣ ଭୋଜି ଏବେ

ଚାଲେ ପ୍ରବଳ |


ପରିବା ପତର

ଏବେ ଭାରି ଶସ୍ତା

ନାନା ଜାତି ଶାଗ

ବଜାରେ ମିଳେ

ବାରିରୁ ତୋଳେ

ଖାଇଲେ ଏସବୁ

ରହିବ ସୁସ୍ଥ |


ଚାଷୀ ଭାଇର

ମନ ଉସତ

ବିଲଟା ହୋଇଛି

ସୁନାର କ୍ଷେତ

ଧାନ ଅମଳର

ଆସିଛି ବେଳ

କାଟି କୁଟି ତାକୁ

କରେ ଅମଳ

ଖାଇବ କିଛି

ଯୋଗାଇବ ସିଏ

ସାରା ଜଗତ |


ହଳଦିଆ ଦିଶେ

ସୋରିଷ କ୍ଷେତ

ମଲ୍ଲୀ ମକ ମଲି 

ଫୁଟେ ଅନେକ

ମହୁମାଛି ପ୍ରଜାପତି 

ଉଡେ ଅନେକ

ଫୁଲରୁ ଫୁଲକୁ

ବୁଲେ ହୋଇ ଉଛନ୍ନ |


ପାଠ ପଢ଼ା ପିଲେ

ଭାରି ମଗନ

ଖେଳ କୁଦ ଏବେ

ଚାଲେ ବହୁତ

ପ୍ରତିଯୋଗିତା ହୋଇ ମିଳେ

କେତେ ମାନପତ୍ର |


ଲୁଚି ଛପି କରି

ଅଳସ ପଣରେ

ରହିଲେ ଘରେ

ଯେତେ ରୋଗ ସବୁ

ଦେହରେ ପଶେ 

ଶୀତକୁ ନ ଡରି

କର ବ୍ୟାୟାମ

ସକାଳ ଚାଲି 

ଦେହକୁ ହିତ

ଆଉ ଲାଗିବନି ଶୀତ |


ପାଣି ପିଇବା

ନ କର ଉଣା

ଉଷୁମ ପାଣି

ଲାଗିବ ଭଲ 

ଏତିକି କଲେ

ବର୍ଷ ସାରା ଦେହ

ରହିବ ଭଲ |


ବୁଢ଼ା ବୁଢୀଙ୍କୁ

ବଡ଼ ବିପଦ

ରୋଗୀଣା ପଶୁଙ୍କୁ

ବଡ଼ ପ୍ରମାଦ

ପକ୍ଷୀମାନେ ଏବେ

ଆସରା ହୀନ

ବଂଚିବାଟା ତାଙ୍କୁ

ଲାଗେ ସପନ

ହେଲେ ଧରାପରେ

ପ୍ରବଳ ଶୀତ |


ଶୀତ ଦିନ ଆଉ

ଅଳପ ଦିନ

ତାପରେ ଆସିବ

ଖରା ଦିନ

ପ୍ରବଳ ଗ୍ରୀଷ୍ମରେ

ବଡ଼ ହଇରାଣ

ମିଳିବନି ଜମା

ପରିବା ଶାଗ

ମଜା ନେଇଥିବା

ଆସିଛି ଶୀତ |



Rate this content
Log in