ବର୍ଷା ଓ ବାଟୋଇ
ବର୍ଷା ଓ ବାଟୋଇ
ସଂସାରର ପଥ ବହଳ ଅନ୍ଧାର
ଖାଲ ଖମା କଣ୍ଟକିତ
ଜୀବନ ନୁହଁଇ ଗୋଲାପର ଶେଯ
ଜୀଇବା ମଣିଷ କଷ୍ଟ ।
ସହିବାକୁ ହୁଏ ଯେତେ ଝଡଝଞ୍ଜା
ଛାତିକୁ କରି ପଥର
ପିଇବାକୁ ହୁଏ ଆପଣା ଓଠରେ
ପାଣି କରି ଲୁହ ଧାର ।
ଚାଲିବାକୁ ଅଛି ପଥ ବହୁ ଦୂର
କେବେ ଖରା ବର୍ଷା ଛାଇ
ଆଗକୁ ଆଗକୁ ବଢାଅ ପାଦକୁ
ବାଟୋଇ ଭଉଣୀ ଭାଇ ।
ଲୁଣି ମାରିଯାଏ ଶ୍ରମ ଝାଳ ଶୁଖି
ଏକ ହୁଏ ପେଟ ପିଠି
ଭିଜି ଗୋଟାପଣେ ଚାଲିବାକୁ ହୁଏ
ଦୁର୍ଗମ ପଥ ତଥାପି ।
ବର୍ଷା ସମାଗମେ ଦୃଢ ସୁସଙ୍କଳ୍ପେ
ରୋପି ଫଳଛାୟା ବୃକ୍ଷ
ଆସନ୍ତୁ ସଭିଏଁ ଏକ ମନ ପ୍ରାଣେ
ହେବା ସୃଜନ ମନସ୍କ ।
ସରସ ସୁନ୍ଦର ସଦା କୁସୁମିତ
ସାରସ୍ବତ ଚଲାପଥ
କରୁ ଆଲୋକିତ ସମଗ୍ର ବିଶ୍ବକୁ
ଓଡିଶା ଆମ ଭାରତ ।
