ବର୍ଷା: କାଳ ନା ବରଦାନ
ବର୍ଷା: କାଳ ନା ବରଦାନ


ବିଲ ମାଳ ଡେଇଁ ବରଷା ଆସେ,
ତାକୁ ଦେଖି ଚାଷୀ ମନ ହରଷେ।
ବିଜୁଳି ଚମକେ ଦୂର ରାଇଜେ,
ମାଦଳ ସମାନ ବଜ୍ର ଗରଜେ।
ବରଷା ହୋଇଲେ ପିଲାଏ ଖୁସି,
କାଗଜ ଡଙ୍ଗା କୁ ଭସାନ୍ତି ହସି।
ସନ୍ଧ୍ୟା ବେଳେ ମାଆ ପକୋଡି ଛାଣେ,
ଯିଏ ଖାଇଅଛି ମଜା ସେ ଜାଣେ।
<
strong>ଝିପି ଝିପି ବର୍ଷା ଦିଏ ଭିଜାଇ,
ମୂଷଳଧାରାରେ ନିଏ ଭସାଇ ।
ରାସ୍ତା ଘାଟ ବୁଡି ଆଉ ନଦିଶେ,
ଘରବାର ଚାଳ ପାଣି ରେ ଭାସେ।
ଗରିବ ର ସଦା ଫଟା କପାଳ,
ବରଷା ତା' ପାଇଁ ଅଟଇ କାଳ।
ଦଦରା ଛାତରୁ ଗଳୁଛି ପାଣି,
ଜୀଇଁବ କିପରି ନପାରେ ଜାଣି।