Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Abstract Inspirational Children

3  

Gautam Das

Abstract Inspirational Children

ନ୍ୟାୟ ପାଇଁ ଆଇନଜ୍ଞ

ନ୍ୟାୟ ପାଇଁ ଆଇନଜ୍ଞ

1 min
153


ମୋର ବିଜ୍ଞ ବନ୍ଧୁ ଅଧିବକ୍ତା ଗଣ

ମହାଯୁଦ୍ଧେ ଜୟ ହେଉ କରି ପଣ ।


ଏ ସମୟ ନୁହେଁ ଭାଂଗିପଡିବାର

ନିଜ ଶକ୍ତି ସଂଘେ ଦେଇ ଯୁଝିବାର।


ଜନ ପ୍ରାଣେ ବ୍ରତୀ ସ୍ୱାସ୍ଥ୍ୟକର୍ମୀ ତୁମେ

ଜନ ସ୍ୱାର୍ଥ ନ୍ୟାୟ ସୁରକ୍ଷାରେ ଆମେ ।


ସମୟର ଦାବୀ ନିରୋଗ ସମାଜ

ବୈଦ୍ୟଙ୍କ ହାତରେ ସମୁଦ୍ରେ ଜାହାଜ ।


ସୀମା ସୁରକ୍ଷା ଯେ ସୈନିକଙ୍କ ଯଜ୍ଞ

ସଂବିଧାନେ ନ୍ୟାୟ ପାଇଁ ଆଇନଜ୍ଞ ।


ଦେଶ ସ୍ୱାଧୀନତା ତ୍ୟାଗେ ଅଧିବକ୍ତା

ମଧୁ ଗୋପବନ୍ଧୁ କେତେ ମଣି ମୁକ୍ତା ।


ଧୈର୍ଯ୍ୟ ମିତବ୍ୟୟିତା ହିଁ ଏକ ମନ୍ତ୍ର

ସଂଘବଦ୍ଧ ହେବା ସଭିଏଁ ସର୍ବତ୍ର ।


ଜନାଧିକାରେ ଲଢି ଅମଲାତନ୍ତ୍ର

କରିବୁ ଆମ ଏକ ଛବି ସ୍ୱତନ୍ତ୍ର ।


ନୂଆ ଦିନ ଦିଗ ନିଶ୍ଚୟ ଆସିବ

ସୁସ୍ଥ ଓ ସ୍ୱଚ୍ଛଳ ସମାଜ ସାଜିବ ।


ବ୍ୟକ୍ତି ସାମାଜିକ ଅଧିକାର ପାଇଁ

ନ୍ୟାର୍ଯ୍ୟେ ସେବା ଦେବା ନ୍ୟୟାଳୟେ ଯାଇ ।


ମନନ ମନ୍ଥନ କର ଏକା ହୋଇ

ବିଜ୍ଞ ଅଧିବକ୍ତା ମୋ ଭଉଣୀ ଭାଇ ।


Rate this content
Log in

Similar oriya poem from Abstract