Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଆର୍ଯ୍ୟଭୂମି

ଆର୍ଯ୍ୟଭୂମି

1 min
168



ଉତ୍କର୍ଷ ଜ୍ଞାନ କଳା ଓ ବିଜ୍ଞାନ

ବ୍ୟାକରଣ ବେଦ ଉପନିଷଦ

ସ୍ରବଇ ଅମୃତ ସତ୍ୟ ଚିରନ୍ତନ

ଆର୍ଯ୍ୟଭୂମି ବର୍ଷ ଭାରତ ।

ତପ ତ୍ୟାଗ ନିଷ୍ଠା କର୍ତ୍ତବ୍ୟ ନିଷ୍ଠତା

ସେବା ଦାନ ଧ୍ୟାନ ଦୟା କ୍ଷମା

ଉତ୍ତମ ଆଦର୍ଶ ଗୁଣ ସୁସ°ସ୍କାରେ

ଅଗ୍ରଣୀ ଭାରତ ଦେଶ ଅନନ୍ୟା ।

ପ୍ରକାଶେ ଦିବ୍ୟତା ମଧୁର ମମତା

ପ୍ରତିଟି ଜୀବନ ସ୍ନେହ ଶରଧା

ପ୍ରେମ ଅନାବିଳ ବନ୍ଧନ ନିବିଡେ

ସୁବିଶ୍ୱାସେ ହୁଏ ସମ୍ପର୍କ ବନ୍ଧା ।

ମାଆ ମାତୃଭୂମି ମାତୃଭାଷା ପ୍ରତି

ରହିଥାଏ ଯହିଁ ଆଦର ଭକ୍ତି

ସୂର୍ଯ୍ୟ ସମ ପିତା ପରିବାର ମୁଖ୍ୟ

ଆଲୋକର ଉତ୍ସ ଯୋଗାନ୍ତି ଶକ୍ତି ।

ବସୁଧାକୁ ମଣି ନିଜର କୁଟୁମ୍ବ

ପରକୁ ଆପଣା ଭାବେ ସମାଜ

ମଙ୍ଗଳ କାରଣେ କାୟମନୋବାକ୍ୟେ

କରୁଥାଏ ସଦା ସେବା ସତ୍କାର୍ଯ୍ୟ ।

ଉନ୍ମେଷେ ଉଦ୍ଭବେ ମୈତ୍ରୀ ସଦ୍ଭାବନା

ସଙ୍କଳ୍ପନା ସ୍ୱପ୍ନ ସବୁଜିମା 

ସାର୍ଥକ ସୁନ୍ଦର ସୁଲଭ ସ୍ୱଚ୍ଛନ୍ଦେ

ଆର୍ଯ୍ୟ ଦେବଭୂମି ଅନୁପମା ।

   -----



Rate this content
Log in

Similar oriya poem from Inspirational