Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Inspirational Children

3.8  

Gautam Das

Inspirational Children

ମନସ୍କାମନା

ମନସ୍କାମନା

1 min
173


ତୁମକୁ ଦେଖିବା ପାଇଁ 

ଅନାୟାସେ ମନ ଖୋଜେ  

ମନକୁ ଛୁଇଁଲା କ୍ଷଣି 

ପ୍ରଭୁ ତୁମ ରୂପ ବିଜେ 

ତୁମ ଉପସ୍ଥିତି ପ୍ରଭୁ 

ଲଭିଛି ହୃଦୟ କୋଣେ 

ନିର୍ଜନତା ହେଉ ଅବା 

ଭକ୍ତ ସନ୍ଥ ସମାଗମେ ।


ମନ୍ତ୍ରରେ ନଥାଅ ପ୍ରଭୁ 

ଯାଗ ଜଜ୍ଞ ଓ ଯାଜନେ 

ଭକ୍ତ ହୃଦେ ବିଜେ ହୁଅ 

ତା ଭକ୍ତି ଭାବ କୀର୍ତ୍ତନେ 

ତମକୁ ଯେ ଖୋଜିଅଛି 

ରହି ମୋହ ତମ ବଣେ 

ନ ଦିଅ ଯେ ଦେଖା ପ୍ରଭୁ 

କଲେ ଯେତେ ଆବାହନେ ।


ଶୈଶବରୁ ଗାଏ ମୁହିଁ 

ଭକତି ସ୍ୱର ଭଜନ 

ମୋର ଜୀବ ଥିବା ଯାଏ 

ମାଗିବିନି ଧନ ଜନ 

ଭକତ ବତ୍ସଳ ପ୍ରଭୁ 

ମନ କଥା ମନୁ ଜାଣୁ  

ତେବେ କିମ୍ପା ଭକତର 

ଦୁଃଖ ଆରତ ନ ଶୁଣୁ ।


ପଣ କରିଅଛି ସିନା 

ମାଗିବିନି କିଛି ତୋତେ  

ସବୁଜାଣି ପ୍ରଭୁ କିମ୍ପା 

ମାନି ନିଅ ତା ପରତେ 

ସ୍ୱଇଚ୍ଛାରେ ଦରଶନ 

ଦିଅ ପ୍ରଭୁ ଅନ୍ତର୍ଯ୍ୟାମୀ  

ଭକତ ହୃଦୟେ ବୀଜେ 

ଶ୍ରୀ ଜଗନ୍ନାଥ ସ୍ୱାମୀ ।



Rate this content
Log in

Similar oriya poem from Inspirational