STORYMIRROR

Kshitish Jena

Tragedy Inspirational Children

3  

Kshitish Jena

Tragedy Inspirational Children

ବାଜିରାଉତ

ବାଜିରାଉତ

1 min
114


ନିଳକଣ୍ଠପୁର ଗାଁ ଟିଏ ପରା

ଢେଙ୍କାନାଳେ ଅବସ୍ଥିତ

ସେହି ଗ୍ରାମେ ଜାତ ହୋଇଥିଲେ ପରା

ସଂଗ୍ରାମୀ ବାଜିରାଉତ ।


ତାଙ୍କ ବାପା ଥିଲେ ହରି ରାଉତ ଓ

ମାଆ ଥିଲେ ମଣି ରାଉତ

ବାଳକ ବାଜିଆ ହୋଇଥିଲେ ପରା

କେଉଟ କୁଳରେ ଜାତ ।


ପିଲାବେଳୁ ତାଙ୍କ ବାପା ଛାଡ଼ିଗଲେ

ଏହି ଇହଧାମ ଛାଡ଼ି

ବିଧବା ମାଆର ସନ୍ତାନ ବାଜିଆ

ଥିଲେ ଅନ୍ଧର ଲଉଡ଼ି ।


ବାଜିରାଉତଙ୍କ ଗାଁ ପାଖେ ଥିଲା

ନୀଳକଣ୍ଠପୁର ଘାଟ

ସେହି ଘାଟେ ନାବ ଚଳାଇ ବାଜିଆ

ପୋଷେ ପରିବାର ପେଟ ।


ସେହି ସମୟରେ ଏଦେଶ ଭାରତ

ରହିଥିଲା ପରାଧିନ

ବନ୍ଧୁକ ଦେଖାଇ ଆମକୁ ବିଦେଶୀ

କରୁଥିଲେରେ ଶାସନ ।


ଏକଦା ଇଂରେଜମାନେ ବାଜିଆକୁ

ଡାକିଲେ ଦୂରୁ ନାଉରୀ

ଏଘାଟରୁ ସେହି ଘାଟକୁ ଆମକୁ

କରିଦେ ସରଳ ପାରି ।


ମନା କରିବାରୁ ବାଜିଆ ଉପରେ

ଚଳାଇଲେ ସିଏ ଗୁଳି

ବାର ବରଷର ସାହସୀ ବାଳକ

ବାଜିଆ ପଡ଼ିଲା ଟଳି ।


ଜାତୀୟ ଦିବସେ ବାଜିରାଉତଙ୍କ

ଦେଶପ୍ରେମ ସୁମରିବା

ଆବଶ୍ୟକ ହେଲେ ଦେଶର ସୁରକ୍ଷା

ପାଇଁରେ ଜୀବନ ଦେବା ।


 


Rate this content
Log in

Similar oriya poem from Tragedy