STORYMIRROR

Usharani Sahoo

Inspirational Others Children

3  

Usharani Sahoo

Inspirational Others Children

ମାତୃଭାଷା

ମାତୃଭାଷା

1 min
198


ଓଡ଼ିଆ ବୋଲି ମୁଁ ଗରଵେ କହିବି

ଓଡ଼ିଆ ମୋ ମାତୃଭାଷା

କେତେ ଯେ ସରଳ ଅତି ମଧୁର

ମନେ ଭରେ କେତେ ଆଶା।

ସେହି ଆଶାରେ ମୋ କେତେ ଯେ ଭାଵନା

ହୃଦୟରେ ଭରିଥାଏ

ମନର ଭାବକୁ ପ୍ରକାଶ ପାଇଁକି

ମାତୃଭାଷା କଥା କୁହେ।

ସବୁ ଭାଷା ମଧ୍ୟେ ମୋ ଭାଷା ସୁନ୍ଦର

ସବୁଠାରୁ ଶ୍ରେଷ୍ଠ ସେହି 

ମୋ ଭାଷା ସତେକି ଅତି ଆପଣାର

ବର୍ଣ୍ଣନା ତାହାର ନାହିଁ।

ଜନମ ଲଭିଲି କଥା ମୁଁ କହିଲି

ସେହି ଅଟେ ମୋର ଭାଷା

ସେ ଭାଷାରେ ଅଛି କେତେ ଆତ୍ମୀୟତା

ଶିଖଇ ଯେ ନୂଆ କଥା।

ମାତୃଭାଷା ନେଇ କବି ଓ ଲେଖକ

ଲେଖିଲେ କାବ୍ୟ କବିତା

ପୁଣି ରଚିଗଲେ ଗଳ୍ପ ଏକାଙ୍କିକା

ହୋଇଲେ ଜଗତ ଜିତା।

ଓଡ଼ିଶା ମାଟିରେ ଜନମିଛୁ ଆମେ

ଏ ମାଟି ପବନ ଖାଇ

ତା ପାଣି ପବନ ଆମ ଏ ଜୀବନ

ଆମର ଏ ଜନ୍ମଭୂଇଁ।

ମାତୃଭୂମି ମାତୃଭାଷାରେ ମମତା

ରଖିଥିବା ସଦା ମନ

ଦେଶ ପ୍ରୀତି ଭାଵ ହୃଦେ ଜାଗି ଉଠୁ

ଭାଷାର ରଖିବା ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational