STORYMIRROR

DR PRASANTA KUMAR BISWAL

Classics Inspirational Children

3  

DR PRASANTA KUMAR BISWAL

Classics Inspirational Children

ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

1 min
175

ତୁମେହିଁ ତ ଜାଣ ମୋ ଅନ୍ତର କଥା

ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ, 

କେତେ ମୁଁ ସମର୍ଥ କେତେ ଅସମର୍ଥ 

ତୁମେ ଜାଣ ରାଧାସ୍ବାମୀ। 1


କାହାକୁ କହିବି ମୋ ଦୁଃଖ କାହାଣୀ 

ତୁମେ ପରା ଦୁଃଖ ହାରି 

ଅଭାବ କଷଣ ତୁମେ ସବୁ ଜାଣ

ଦୀନବନ୍ଧୁ ଦଇତାରି।2


ତୁମ ଲୀଳା ପ୍ରଭୁ ତୁମକୁ ଗୋଚର

ଆଦି ଅନ୍ତ ପାଏ ନାହିଁ,

ତୁମେ ଥାଉଁ ଥାଉଁ କାଆଗେ କହିବି

ବାଟ ଦିଅ ବାରେ କହି।3


ଭଲମନ୍ଦ ସବୁ ବୁଝିବାଲାଗି ତ

ମଣିଷ ଶ୍ରେଷ୍ଠ ସର୍ଜନା,

ବୁଝିପାରିଲିନି ମାୟା ଯେ ତୁମର

ତୃଟି କର ହେ ମାର୍ଜନା ।4


ସୁଖବେଳେ ଦିନେ ଡାକିନାହିଁ ପ୍ରଭୁ

ଦୁଃଖରେ ଶରଣ ଗଲି,

ସ୍ବାର୍ଥୀ ବୋଲି କହି ଟାଳି ଦିଅ ନାହିଁ

ପାଦରେ ନଦିଅ ଠେଲି।5


ମୁଁ ହୀନ ଦୁର୍ବଳ ପାଦ ଟଳମଳ

ଜଞାଳ ଜଳଦ ଜଳେ,

ଜୀବନ ତରୀ ମୋ ଦଦରା ହେଲାଣି

ବତାସୀ ପବନ ବଳେ।6


ପତିତ ଜନର ଦୁଃଖ ଶୁଣ ବୋଲି

ଦୀନବନ୍ଧୁ ନାମେ ଜଣା,

ମୋ ଦୁଃଖ ବେଳକୁ ବଧିର କାହିଁକି 

ଦୟା କରୁଅଛ ଊଣା।7


ଆଗରେ କୁମ୍ଭୀର ପଛେ ଅନ୍ଧକାର 

ହଜିଲାଣି ମତିଗତି,

ବିପଦ ସମୟେ ଗୁହାରି କରୁଛି

ରଖ ବାରେ ଲକ୍ଷ୍ମୀପତି।8



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics