STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଗୀତିକାର ଶିବବ୍ରତ ଦାସ

ଗୀତିକାର ଶିବବ୍ରତ ଦାସ

1 min
206


ଅନେକ ଓଡ଼ିଆ ଚଳଚ୍ଚିତ୍ରର,

ବହୁ ଓଡ଼ିଆ ଲଘୁସଂଗୀତର 

ରଚୟିତା ଥିଲେ ଗୀତିକାର 

ଶିବବ୍ରତ ଦାସ ନାମ ତାଙ୍କର 

ଥିଲେ ତ ପୋଲିସ ଅଫିସର

ହୃଦୟ ଥିଲା ଏକ ପ୍ରେମିକର

ନିର୍ଦ୍ଦେଶକ, ଗୀତଟିଏ ଦରକାର

ଦଣ୍ଡାୟମାନ ତାଙ୍କର ଦ୍ୱାରର

ସେ ଅକ୍ଷୟ ମହାନ୍ତି ,ପ୍ରଫୁଲ୍ଲ କର 

କିମ୍ବା ହୁଅନ୍ତୁ ଉପେନ୍ଦ୍ର କୁମାର

କଲମେ ଥିଲା ଅପୂର୍ବ ଯାଦୁର ଗାର

ସୃଷ୍ଟିକର୍ତ୍ତା ଗଦା ଗଦା ସଂଗୀତର

ଗୀତ ଗୁଡିକ ଅଟେ ଭାରି ସୁନ୍ଦର

ସେ ଥିଲେ ଅପ୍ରତିଦ୍ବନ୍ଦୀ ଗୀତିକାର 

ତିନି ଦଶନ୍ଧି ତଳୁ ମଲେଣି ଏହି କଳାକାର 

ସଂଗୀତ ପାଇଁ ଶିବବ୍ରତ ଦାସ ଚିର ଅମର ।


ବିଶିଷ୍ଟ ଗୀତିକାରଙ୍କ ରଚନାର କିଛିକାଂଶ

ଶୁଣିବା ହେ ମୋର ପାଠକ ମାନେ ଆସ ।


ଲଘୁସଂଗୀତଟି ଅଟେ 1977 ମସିହାର

ପ୍ରଖ୍ୟାତ ଚିତ୍ତ ଜେନା କଣ୍ଠଶିଳ୍ପୀ ତ ତାର  

 ନିର୍ଦ୍ଦେଶନା ଦେଇଥିଲେ ତଳ ସଂଗୀତର

ସେ ବି ଆଉ ସଂସାରରେ, ସଂଗୀତଜ୍ଞ ପ୍ରଫୁଲ୍ଲ କର ।


"ସାରା ରାତି ବରଷାରେ

ଭିଜି ଭିଜି ମୁଁ ଗୋ

ଖୋଜୁଥିଲି ଯାହା ଏତେ ଦିନ।

ପାଇଲି ମୁଁ ତାରେ ଆଜି

ଫୁଲରୁ ନରମ

ସେଯେ ଏକ ଛନ ଛନ ମନ ।

ସାରା ରାତି ବରଷାରେ ।


ସେ ମନ ଯାର ସେଯେ

ଦୂର ଗାଁ ନଈ

ଗଭୀରତା କେତେ ତାର

କିଛି ଜଣା ନାହିଁ।

ସତେ କିବା ସେଇ ନଈ

ସବୁଠୁ ମିଛେଇ ।

ଛଳନାର ଢେଉରେ ସେ

ହସି ହସି ଦିନେ

ଭାଙ୍ଗି ଦେବକି ମୋ ସପନ ହୋ

ସାରାରାତି ବରଷାରେ ।


ସେ ମନକୁ ନେଇ ମୋର

ମିଛରେ ସନ୍ଦେହ

ସେ ମନରେ ନାହିଁ ତିଳେ

ଛଳନାର ସୁଅ ।

ଯାର ସେଇ ମନ ସେତ

ଅତି ସୁନାଝିଅ ।

ସେ ମନକୁ ନେଇ ଆଜି

ସାରାରାତି ମୁଁଗୋ

ଦେଖୁଥିବି ପୁନେଇଁର ଜହ୍ନ ହୋ

ସାରାରାତି ବରଷାରେ ।


ଶିବବ୍ରତ ଦାସଙ୍କର ଅନେକ ଲେଖା ଅଛି

କିଛି କବିତା ମୁଁ ଏହି ଠାରେ ଜଣାଉଛି


"ଭସା ମେଘ ମୁଁ ଯେ ଭାସି ଯାଏ

ଏଇ ଜୀବନଟା ଏକ ନାଟକ

ସୀମାହୀନ ଦରିଆ

ସବୁଜ ଏ ବନ ନୀଳ ଆକାଶେ ଇତ୍ୟାଦି" ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational