ଐକ୍ୟତାର ସ୍ୱର ଉତ୍କଳ
ଐକ୍ୟତାର ସ୍ୱର ଉତ୍କଳ
ହେ ଉତ୍କଳ ମାତା ଉତ୍କର୍ଷ ତୁମ
ଭାବାଦର୍ଶର ଅନୁପମ ରୂପ
ତୋ ଯୋଗ୍ୟ ସୁତ ଗଢିଅଛି ତ୍ୟାଗେ
ସଂକଳ୍ପେ ନୂତନ ଭବ ସ୍ୱରୋପ ।
ଜୀବନ ସଂଗ୍ରାମେ ସେ ଲେଖିଗଲେ
ଯଶ କୀର୍ତ୍ତିମୟ କେତେ ଅକ୍ଷର
ତାଙ୍କ ଚଲାବାଟ ବୀରତା ଗାଥା
ଜାତି ମୂର୍ତ୍ତିମନ୍ତ ଚିର ସ୍ୱାକ୍ଷର ।
ଉତ୍କର୍ଷ କଳା ପରମ୍ପରା ରୀତି
ଐତିହ ଗଢିଛି ସୁତ ତୋହର
କର୍ମ ଆଦରି ଆଳସ୍ୟ ବରଜି
ସାଧିଛି ଅସାଧ୍ୟ ସାଧନା ଘୋର ।
ଜାତିର ଦାୟାଦ ସୁଧାଂଶୁ ଗାଅ
ଧରି ଜାଗ୍ରତେ ମୁଖବୀଣା ରେବା
ପଲ୍ଲବିତ କର ଏ ଜାତି କପାଳେ
ସ୍ୱର ଐକ୍ୟତା ମାତୃଭୂମି ପ୍ରୀତି
ତ୍ୟାଗ ଉତ୍ସର୍ଗିତ ମାନବ ସେବା ।