STORYMIRROR

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ମାଟିର ବାସ୍ନା

ମାଟିର ବାସ୍ନା

1 min
152


ଭୁଲି ହୁଏନା ମାଟିର ବାସ୍ନା,

ଉତ୍ତପ୍ତେ ହାଁ କରି ପଡ଼ି 

ଗର୍ଭ ଗୁହ୍ୟ ପର୍ଯ୍ୟନ୍ତ ବେଦନା ମାଡ଼ି ଥାଏ

ଆଶାୟୀତ ମନେ ଟୋପାଏ ଜଳ 

ଭେଦ କଲେ ବାଷ୍ପାକୁଳ

ଆହାଃ କି ବାସ୍ନା

ଚହଲାଇ ଦିଏ ମନ ପ୍ରାଣ

ଫେରି ଆସେ ଅତୀତ ମହକ 

ଯେବେ ଶୁଣେ ରେଳ ଗାଡ଼ି ଶଦ୍ଦ

ଛୁକ୍ ଛୁକ୍ ପେଁ ପେଁ

ମାଧବ ବିଲ ମଝିରୁ ଝାଳ ପୋଛି

ଗାମୁଛାଟା ମୁଣ୍ଡରେ ବାନ୍ଧି

ଆନନ୍ଦର ସହିତ ଚାରି ପାହୁଣ୍ଡ କରେ

ଡାକ ଛାଡେ- " ଆରେ ମଦନା ମୋ ଭାଇ ଆସିଛି"

ସେ କାଶ୍ମୀର ସୀମାରେ ପ୍ରହରୀ

ହେଲେ" ମାଟିର ବାସ୍ନା " କ'ଣ ଭୁଲିଛି ?

ଏଇ ପାଣି ପବନରେ ବଡ଼

ଏଇଠି ତା'ର ଧୂଳି ଖେଳ 

ଡାଳମାଙ୍କୁଡି, କବାଡି କେତେ କ'ଣ

ପୋଖରୀର ପଦ୍ମ ଫୁଲ ତୋଳା

ଏଇ ସବୁ କ'ଣ ସେ ଭୁଲିବ ?

ଯିଏ ଅସଲ ମଣିଷ

ସେ ତା'ର ଜନ୍ମ ମାଟିକୁ ଜାବୁଡ଼ି ଧରିବ

ତା ବିରହରେ ତା ଆଖିର ଲୁହ 

ସାଗର ପାଲଟି ଯିବ

ଏଇ ମାଟିର ବାସ୍ନା ପାଇ

କେତେ କବି, ଶିଳ୍ପୀ

ଲେଖନୀ ,ମୁଗୁର ଲିହଣରେ

ଆଙ୍କି ଛନ୍ତି ଅମର ଗାଥା

ମାଟି ପାତ୍ରର ଟୋପାଏ ଶୀତଳ ଜଳ

ଜୀବନକୁ ଅମୃତ ସମାନ

ଅସରନ୍ତି ସେ ମାଟିର ଅବଦାନ

ତା'ର ଋଣ କେ ଶୁଝି ପାରିବ

ମା" ମାଟିର ବାସ୍ନା

ଅନୁଭବ କରାଏ

ମାଟିରେ ଜନ୍ମ ମାଟିରେ କର୍ମ

ମାଟିରେ ଲୋଟିବା ଦିନେ

କାହିଁକି ରେ ମିତ ଗରବ କରିବା

ରହିବା ସକଳ ମନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational