STORYMIRROR

rudra Mandal

Children Stories

3  

rudra Mandal

Children Stories

ଗୁଡିଆ

ଗୁଡିଆ

1 min
179

ହେ ମୋର ଗୁଡିଆ 

ଆମ ଦୁହିଁଙ୍କର ଜୀବନ ବଢ଼ିଆ


ତୋର ମୋର ସାଥୀ 

ପିଲାବେଳ ଘୋଡ଼ା ହାତୀ


ତୋର ସେହି ମିଠା ସଙ୍ଗୀତ 

କରିଦେଇଛି ମୋ ଜୀବନ ସତ


ତୋର ସେହି ଗୁଡିଆ ଚାଲି 

ଜୀବନେ ମୋ କରିଦେଇଛି ହଲଚଲି


ତୋର କଥା ସ୍ଵର 

ମୋ ଜୀବନକୁ କରିଛି ମଧୁର


ତୋର ସେହି କୁନି ଆଖି 

ମୋ ଜୀବନେ ଯାଇଛି ଲାଖି


ତୋର ସେହି ନୀରିହ ମୁହଁ 

ବୁଝିପାରୁଥିଲା ମୋର କୋହ


ତୁ ସିନା ହଜିଯାଇଛୁ ଜୀବନ ବାଟରେ 

ମୁଁ ଖୋଜୁଛି ତୋତେ ଏହି ରାସ୍ତାରେ


ତୋର ମୋର ଏହି ବନ୍ଧନ 

ତୁଟେଇ ପାରିବ ନାହିଁ ଏହି ଜୀବନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from rudra Mandal

ଗୁଡିଆ

ଗୁଡିଆ

1 min ପଢ଼ନ୍ତୁ