ଗୁଡିଆ
ଗୁଡିଆ
1 min
175
ହେ ମୋର ଗୁଡିଆ
ଆମ ଦୁହିଁଙ୍କର ଜୀବନ ବଢ଼ିଆ
ତୋର ମୋର ସାଥୀ
ପିଲାବେଳ ଘୋଡ଼ା ହାତୀ
ତୋର ସେହି ମିଠା ସଙ୍ଗୀତ
କରିଦେଇଛି ମୋ ଜୀବନ ସତ
ତୋର ସେହି ଗୁଡିଆ ଚାଲି
ଜୀବନେ ମୋ କରିଦେଇଛି ହଲଚଲି
ତୋର କଥା ସ୍ଵର
ମୋ ଜୀବନକୁ କରିଛି ମଧୁର
ତୋର ସେହି କୁନି ଆଖି
ମୋ ଜୀବନେ ଯାଇଛି ଲାଖି
ତୋର ସେହି ନୀରିହ ମୁହଁ
ବୁଝିପାରୁଥିଲା ମୋର କୋହ
ତୁ ସିନା ହଜିଯାଇଛୁ ଜୀବନ ବାଟରେ
ମୁଁ ଖୋଜୁଛି ତୋତେ ଏହି ରାସ୍ତାରେ
ତୋର ମୋର ଏହି ବନ୍ଧନ
ତୁଟେଇ ପାରିବ ନାହିଁ ଏହି ଜୀବନ
