ନିର୍ବୋଧ କାଉ
ନିର୍ବୋଧ କାଉ
ବିଂଶ ଶତାବ୍ଦୀର ଶିଶୁ ଆମେ
ପ୍ରତି କଥାରେ ଭାବୁ ଅଟେ କି ଏହା ଯୁକ୍ତିଯୁକ୍ତ
ଜେଜେମା'ର କାହାଣୀ ଶୁଣି
ମତାମତ ରଖୁ ଏତ ନୁହେଁ ବିଜ୍ଞାନ ସମ୍ମତ ।।
କାଉ ପାଣି ମାଠିଆ ଗଳ୍ପ
ହୋଇଲା ବହୁତ ପୁରୁଣା
କାଉ ପାଣି ଖୋଜି ଖୋଜି ଥକିଲା
ନପାଇଲା ଠୋପେ ପାଣି ଠିକଣା ।।
ବହୁ କଷ୍ଟରେ ଖୋଜି ପାଇଲା ମାଠିଆ
ତହିଁ କିନ୍ତୁ ନଥିଲା ଜଳ ଯଥେଷ୍ଟ
ପ୍ରତି ଚେଷ୍ଟା ଓ ଉପାୟ ହେଲା ବ୍ୟର୍ଥ
ଜଳ ପର୍ଯ୍ୟନ୍ତ ନ ପହଞ୍ଚିଲା ତା ଥଣ୍ଟ ।।
ପାଣି ପିଇବାକୁ କରି ବିଚାର
ପକାଇଲା ପଥର ଖଣ୍ଡ ଏକ ପରେ ଏକ
ତଳ ଜଳ ଉପରକୁ ଉଠାଇଲା
ଆନନ୍ଦେ ସେତ ପାଣି ପିଇଲା ଅନେକ ।।
ଜେଜେମା' କହିଲେ ବୁଝିଲରେ ପିଲା
କାଉଟି ଥିଲା ଅତ୍ୟନ୍ତ ଚତୁର
ବୁଦ୍ଧି ଲଗାଇ ପାଣି ପିଇଲା
ଶୋଷ ମେଣ୍ଟାଇ ଉଡିଗଲା ବହୁ ଦୂର ।।
ଏ କଥା ଶୁଣି ନାତି ଟୋକା କହିଲା
କାଉଥିଲା ନିର୍ବୋଧ ଅତ୍ୟନ୍ତ
ଏକ ଲମ୍ବା ଷ୍ଟ୍ର ସେ ଆଣିଥାନ୍ତା
ସହଜରେ ପାଣି ପିଇ ହୁଅନ୍ତା ଆନନ୍ଦିତ ।।
ତମ କାହାଣୀର କାଉ ଥିଲା ଅପାଠୁଆ
କାହିଁକି ବା ସେ କଲା ଏତେ ଚିନ୍ତା
ପଥର ଖଣ୍ଡ ପକାଇ ପାଣି ପିଇବା ଛାଡି
ଷ୍ଟ୍ର ଖଣ୍ଡେ ସେତ ଆଣି ପାରି ଥାଆନ୍ତା ?