STORYMIRROR

Apalata Aruk

Comedy Others

4  

Apalata Aruk

Comedy Others

ବୋଉଲୋ ବୋଉ

ବୋଉଲୋ ବୋଉ

1 min
369

କାହିଁକି ବୋଉଲୋ ପଚାରୁ ତୁହି ,

ପରୀକ୍ଷାରେ ଭଲ ହେଲାକି ନାହିଁ ?


ପାଠରେ ନଥିଲା କେବେ ମୋ ମନ,

ଖେଳ କୌତୁକରେ ବିତିଲା ଦିନ ।


ମନେ ମନେ ବାନ୍ଧିଥିଲି ମୁଁ ଆଶା,

କପିରେ ଥିଲା ମୋ ବଡ ଭରସା।


ହେଲେ ବୋଉ ମୋର କପାଳ ଫଟା,

ଭାବିଥିଲି ଯାହା ହେଲା ଓଲଟା।


ପରୀକ୍ଷକଙ୍କର  କଡା  ନଜର,

ଭାଙ୍ଗିଦେଲା ସବୁ ଆଶା ମୋହର ।


ଖାତାରେ ଲେଖିଲି ଆହେ ମାଷ୍ଟର,

ଆସିଲାନି ମୋତେ ପ୍ରଶ୍ନ ଉତ୍ତର ।


ପରୀକ୍ଷାରେ କଲ କପି ନିଷେଧ,

କି ବୁଦ୍ଧି କରିବ ବିଚରା ଗଧ !


ନାହିଁ ମୋର ବିଦ୍ୟା ମୁଁ ପାଠଚୋର,

ଦୟାକରି ଦେବ ମୋତେ ନମ୍ବର ।


କରନାଲୋ ବୋଉ ମନ ତୁ ଖଟା,

ଧରାଧରି ପାଇଁ ବାପାଙ୍କୁ ପଠା।


ରହିଛନ୍ତି କେତେ ଗଧ ମୋ ପରି,

ବାପାଙ୍କ ଟଙ୍କାରେ ଯାଆନ୍ତି ତରି।


ବୋଉ କହେ କର୍ମ କଲୁ ଯେମିତି ,

ପାଇବୁରେ ଧନ ଫଳ ସେମିତି ।


ମିଳୁ ତୋତେ ଥରେ ଉଚିତ ଶିକ୍ଷା,

ଆର ସନ ଭଲ ହେବ ପରୀକ୍ଷା ।


Rate this content
Log in

Similar oriya poem from Comedy