ପଚାରନା ମୋତେ
ପଚାରନା ମୋତେ
1 min
154
ପଚାରନା ମୋତେ କବି ତମେ କେବେ
ନେଇଛକି କାହା ପକ୍ଷ ?
ଏ ଦଳ ସେ ଦଳ କେଉଁ ଦଳ ନୁହେଁ
କବି ସଦା ନିରପେକ୍ଷ ।
କବିର କଲମ ଲେଖୁଥାଉ ସଦା
ସମାଜର ହିତ ପାଇଁ,
ଲକ୍ଷ୍ୟ ହେଉ ତା'ର ରାଷ୍ଟ୍ରର ମଙ୍ଗଳ
ଆନ କିଛି ଲୋଡା ନାଇଁ।
ଅପଲତା ଆରୁକ
