ବୋଉ
ବୋଉ
ଗର୍ଭଟି ଯାର ହେଲା ପ୍ରଥମ ଘର
ରକ୍ତ ମାଂସ ଦେଇ ଦେଲା ଶରୀର
ଥନ ଭାଙ୍ଗି କ୍ଷୀର ପିଆଇଲା
ତାପରି କିଏସେ ହେବ ଆଉ
ସେଇତ ଅଟଇ ବୋଉ ।
ପଡିଗଲେ ଯେବେ ଆଣ୍ଠୁ ଛିଡିଯାଏ
ମୋ ସାଙ୍ଗରେ ଯିଏ ଯନ୍ତ୍ରଣା ପାଏ
ରାତି ଅନିଦ୍ରା ରହି ଶୁଆଇ ଦିଏ
କୋଳରେ ଯାହାର ଆନନ୍ଦ ପାଉ
ସେଇତ ଅଟଇ ବୋଉ ।
ସ୍ନେହ ଶ୍ରଦ୍ଧା ଯାର ସ୍ଵର୍ଗ ପାରିଜାତ
ଶିଖାଇ ଦିଏ ଜୀବନ ଗଣିତ
ପଣତେ ଦୁଃଖ ସାଉଁଟି ସୁଖ ବାଣ୍ଟିଦିଏ
ସହେ ସବୁ ଝଡଝଂଜା ଦାଉ
ସେଇତ ଅଟଇ ବୋଉ ।
ମୋ ଆଖିରେ ସିଏ ଦୁନିଆ ଦେଖେ
ସପନକୁ ନିଜ ହୃଦୟେ ରଖେ
ଖୁସିରେ ମୋର ଆନନ୍ଦିତ ହୁଏ
ଏମିତି ମଣିଷ କିଏ ହେବ ଆଉ
ସେଇତ ଅଟଇ ବୋଉ ।
