STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ବୋଇତ ଭାସି ଆ

ବୋଇତ ଭାସି ଆ

2 mins
296


ତୁମ ମନଟା କାଗଜର ଡ଼ଙ୍ଗା ପରି, 


କେବେ ଭାସ ପୁଣି ଆଶାର ଵଉଦେ, 


କେବେ ସେ ଵଉଦେ ଯାଅ ଫେରି, 


ତୁମ କଥାବି ପାଣିର ଗାର ପରି, 


କେବେ ସେ ପାଣିରେ ଗାର ତ ଦିଶୁନି 


ଏପାରି ନୁହେଁ କି ସେପାରି..!


ତୁମ ଭାବନା ସକାଳର ଛାଇ ପରି, 


ଛାଇ ପହଁରୁଚି ସୁରୁଜ ସାଥିରେ, 


ସେ ଛାଇକୁ କିଏ ପାରେ ଧରି..? 


ତୁମେ ସେ ନଈର ଜଳ ତରୀ, 


କୂଳରେ ଲାଗିବ ସେ ମଙ୍ଗ ଧରି, 


ତୁମ ମନଟା କାଗଜ ଡ଼ଙ୍ଗା ପରି..!


ଜୀବନ ନୌକା, ଶୈବାଳ ସାଗରେ 


ସପନ ଦ୍ବୀପରେ ଯାଏ ହଜି, 


ସାହା ସେ ସାଗର, ରାହା ସେ ଦରିଆ, 


ପାରି ହେବ କେବେ କାତ ଧରି, 


ତୁମେ ସେ ଦରିଆର ଭେଳା ପରି..!


ସେଇ ସ୍ବପ୍ନ ଅଛି, ସେ ବରଷା ଅଛି, 


ଆଶାର ଆଷାଢ଼ ଧାରା ପରି, 


ଯେବେ ଆକାଶରେ ଆସ ମେଘ ପରି, 


ମାଟି ମୁଲ କେବେ,କେବେ ମାଟି ମୋହ


ମାଟିର ମମତା ଯେବେ ଦିଅ ଢ଼ାଳି, 


ହେଲେ ସେ ଡୋରରେ ଜୁ ନାହିଁ ବୋଧେ, 


ଅବା ସେ ମୋହରେ ତୁମ ଛୁଆଁ ନାହିଁ..!


ଏବେ ଝରୁଛ ଉଷ୍ଣ ପ୍ରଶବ୍ରଣ ହୋଇ, 


ଅବା ଝରିବାରେ ତୁମ ସ୍ପୃହା ନାହିଁ, 


ଲାଗ ଅଶିଣ ପବନର ବାଆ ପରି, 


ତୁମ ଆଶା ବୈତରଣୀ ନଈ ପରି, 


ଭାସୁ ଥିଲେ ଯେବେ କାଗଜ ଡ଼ଙ୍ଗାରେ, 


ସେ ଡଙ୍ଗାରେ ଏବେ ନାଆଁ କାହିଁ..? 


ସେ ଧନ କୁବେର ଶୂନ୍ୟ ଲାଗେ ଏବେ, 


ଦରିଆ ପାରିରୁ ଏବେ ଫେରେ ନାହିଁ, 


ଆସୁ ଥିଲେ ଦିନେ ରତ୍ନାକର ସାଜି 


ଆଉ ସେ ସାଧବ ଫେରୁ ନାହିଁ, 


ଏବେ ସେ ଭାସୁଛି ଦଦରା ନାଆରେ 


ବନ୍ଦିବ କି ତୁମେ ଆସି ଫେରି..? 


ତୁମ ମନଟା ସୋଲର ନାଆ ପରି, 


ତୁମେ ଆସିବ କି କେବେ ସାହା ହୋଇ, 


ସେ ସ୍ମୃତି ଉଜାଗରେ ଛବି ଆଙ୍କି ତୁମେ, 


ସାଜିବ ସ୍ମୃତିର ସେଇ ଛାଇ ପୁଣି, 


ଲାଲ ଟୁକୁ ଟୁକୁ ସାଧବାଣୀ ବେଶ, 


ବୋଇତ ବନ୍ଦୀବ ଯେବେ ଆସି, 


ସାଧବ ଫେରିବ ତୁମ ହାତ ଧରି..!


ତୁମ ମନଟା ବତାସି ଝଡ଼ ପରି, 


କେବେ ନଈ ବଢି, କେବେ ଆଶାର ସୁରୁଜ 


ଆଶାର ଆଲୋକ ଦିଏ ଆଣି, 


ମନ ମରୀଚିକା, ଖୋଜୁଛି ଶ୍ରାବଣ, 


ଜୀବନ ଭଉଁରୀରେ ଥଳ ପରି, 


ଜୀବନ ଖେଳୁଛି କି ଚକିରି..?? 


ତୁମେ ସାଜୁଛ ଜୀବନ ଲହରୀ..!


ବରଷା ଫେରୁଚି, ଶ୍ରାବଣ ଫେରୁଛି, 


ଫେରୁ ନାହଁ ତୁମେ, କାହିଁ ଏପାରି, 


ଚାହିଁଛି ସୁମାତ୍ରା, ଜାଭା ଦ୍ବୀପ ପୁଣି 


ସାଜିବ ବୋଇତ ବାଲି ଦ୍ବୀପୁ ଫେରି, 


ସେ ବରଷା ଧାରା ହଜିଛି ଶ୍ରାବଣେ, 


ଏ କାର୍ତ୍ତିକରେ ଏବେ ଆସୁ ଫେରି..!


ପାନ ଗୁଆ ଥୋଇ, ଆ କା ମା ବୈ 


ଭାସି ଭାସି ଯିବା ସେ ବୋଇତ ବାହି, 


ଆଜି ସେ ଧରମ, କରମ ଖୋଜୁଚି 


ସେ ବୋଇତେ ତୁମେ ମଙ୍ଗ ଧରି..?


ତୁମେ ସାଜିବ ସେ ନାଆର ନାଉରୀ..!


ପୁରୁଣା ସେ ସ୍ମୃତି, ଅଫେରା ଲାଗୁଛି, 


ସେ କଥା କି ଏବେ ମନେ ନାହିଁ..? 


ଭାସୁ ଥିଲେ ଦିନେ କାଗଜ ଡଙ୍ଗାରେ 


ସେ କାଗଜ ଡ଼ଙ୍ଗା ଭାସେ କାହିଁ..? 


ତୁମେ ମାଗୁଥିବା ଫୁଲର ଡଙ୍ଗାରେ 


ସାଜିଲେ ସେ ତରୀ କା 'ପରି, 


ତୁମ ମନ ସାଗରର ନାଆ ପରି, 


କେବେ ସେ ଜୁଆର, କେବେ ସେ ଲହରୀ


ସାତ ଦରିଆର ସ୍ମୃତି ପରି, ଆଜି.., 


ହଜୁଚି ବୋଇତ ତୁମ ପରି..? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance