ବନ୍ୟାର ପ୍ରକୋପ
ବନ୍ୟାର ପ୍ରକୋପ
କାହିଁକି କ୍ରୋଧରେ ଭସାଇ ଦେଉଛ
ସବୁଜ ବନାନୀ ଧରା
ବିଶ୍ୱ ଚିନ୍ତାମଣି ସୁୁୁଚିନ୍ତିତ ମତେ
ସୃଷ୍ଟି କରିଛନ୍ତି ପରା ।
ତୁମରି ପ୍ରଳୟ ପ୍ଲାବନେ ବ୍ୟଥିତ
ନିରାଶ୍ରୟ ଜନ ଗଣ
ବୁଝି କି ପାରନା ହୃଦୟ ଯାତନା
କଷଣ ଲଭୁଛିି ପ୍ରାଣ ।
କବଳିତ କଲ ଚରିପାଶେ ଘେରି
ଜଳାର୍ଣ୍ଣବ ଅଟ୍ଟହାସ୍ୟ
ଶୁନ୍ୟ ହସ୍ତେ ଛିିିଡା ଗ୍ରାମରୁ ସହର
ଜନ ଜୀବ ଭୟେ ତ୍ରାସ ।
କାୟା ବିସ୍ତାରିଣ ବ୍ୟତିିବ୍ୟସ୍ତ କଲ
ଗୃହ ଛାଡ଼ିବାକୁ ବାଧ୍ୟ
ସିକ୍ତ ନୟନରେ ଚାହିଁ ଅଛି ଶିଶୁ
ଜଳମୟ ଦେଖି ସ୍ତବ୍ଧ ।
ନିଷ୍ଫଳ ନହେଉ ସକଳ ପାର୍ଥନା
ସିନ୍ଧୁ ଗର୍ଭେ ହୁଅ ଲିନ୍ନ
ନିରାଶ୍ରୟ ମନେ ଶକ୍ତି ବୃଦ୍ଧି ନେଇ
ପ୍ରାପ୍ତ ହେଉ ମୁୁୁଠେ ଅନ୍ନ
