ବଞ୍ଚିଥାଉ ମାରିଦେଲା
ବଞ୍ଚିଥାଉ ମାରିଦେଲା
କହିବା ଆଗରୁ କାହାଣୀର ଅନ୍ତ
ଅଚାନକ ହୋଇଗଲା
ଭାବିବା ଆଗରୁ ଭାବନାର ଶେଷ
ହୃଦୟକୁ ସ୍ପର୍ଶ କଲା ।
ବନ୍ଧୁତାରେ କେବେ କମା ପୂର୍ଣ୍ଣଛେଦ
ଆସେନାହିଁ ଜୀବନରେ
ହେଲେ ମୋ ଜୀବନେ ଆସିଲା କାହିଁକି
ଭାବିଭାବି ଅଶ୍ରୁଝରେ ।
କି ପାପ କରିଲି ଜାଣିବି ପାରୁନି
ଏମିତି କାହିଁକି ହେଲା
ଉତ୍ତମ ବନ୍ଧୁଭାବେ ଗ୍ରହଣ କଲି
କେ ମୋଠୁ ଦୂରେଇ ଗଲା ।
ବୋଧେ ବୁଝିବାରେ ଭୁଲ ହୋଇଗଲା
କାହାକୁ ଭାବି ନିଜର
ବୁଝିଲାନି କେହିଜଣେ ପାଖେ ଥାଇ
ମୁଁ ତ ନୁହେଁ କାହାର ।
ପ୍ରଥମ ଥର ଜାଣିଲି ଦୁନିଆରେ
ଏମିତି ବି ହୁଏ କିଛି
କୃଷ୍ଣ ସୁଦାମା ବନ୍ଧୁତାରେ ଯେ ଦିନେ
ପୂର୍ଣ୍ଣଛେଦ ପୁଣି ଅଛି ।
ଚିତ୍କାର କରଇ ହୃଦୟ ଯେ କେତେ
ଚୁନା ହେଲା ସୁନା ମନ
ସରଳ ହୃଦୟ ପାରେ ନାହିଁ ସହି
ଆସିଲା ଏମିତି ଦିନ ।
କାହାକୁ ବା ଦୋଷ କେମିତି ମୁଁ ଦେବି
ଦୋଷ ତ ଥିଲା ମୋହର
ମିଛଟାରେ ସିନା ଖୁସି ହେଉଥିଲି
ଅଛିଜଣେ ଆପଣାର ।
ଆଜିବି କହୁଛି କହୁଥିବି ସଦା
ପାଇବନି ଗୋ ମୋ'ପରି
ମାଆର ଆଦର ବାପା
ଙ୍କ ତାଗିଦ
ଥିଲି ଯେଣୁ ଅନୁସରି ।
ସ୍ଵଚ୍ଛଥିଲା ମୋର ପ୍ରେମ ତୁମ ପାଇଁ
ନୁହେଁ ଗୋ ପ୍ରେମିକ ରୂପେ
ବନ୍ଧୁତାର ହାତ ବଢ଼େଇ ଥିଲି ଗୋ
ଭୁଲଥିଲା ମୋର ମାପେ ।
ବନ୍ଧୁଟେ ପାଇଛି ଖୁସି ହେଉଥିଲି
କ୍ଷୁର୍ଣ୍ଣହେଲା ଗର୍ବ ମୋର
ଅଦିନିଆ ମେଘ ବରଷି ପୁଣି ଗୋ
ଚାଲିଗଲା ବହୁଦୂର ।
ଚାଲିଗଲା ପରେ ବହୁଦୂର ତୁମେ
ପାଇଯିବ ଗୋ ମୋ'ପରି
ଅଳ୍ପପ୍ରେମ ପାଇଁ ଅଭିମାନ ଜମା
ପାରିବେନି କେହି କରି ।
ହଜିଲା ଆଶା ମୋ ନିରାଶା ମନରୁ
ଭାରାକ୍ରାନ୍ତ ହେଲା ମନ
କବଳିତା ହେଲି ଆପଣା ରୋଗରେ
ଅଣନିଶ୍ବାସୀ ଏ ପ୍ରାଣ ।
ଯାହା ଅପେକ୍ଷାରେ ସକାଳ ଓ ସଞ୍ଜ
ଆନନ୍ଦରେ ବିତୁଥିଲା
ପବିତ୍ର ସମ୍ପର୍କ ଭାଙ୍ଗି ଦେଇ କେହି
ବଞ୍ଚିଥାଉ ମାରିଦେଲା ।
କହିଗଲା କେହି ମୋ'ପାଇଁ ତୁମର
ହେବ ଗୋ ଜୀବନ ନଷ୍ଟ
ଅଜଣା ଅତିଥି ସାଜୁଛି ସେପାଇଁ
ଦେବାକୁ ଚାହୁଁନି କଷ୍ଟ ।
ଭାବିଲାନି କିନ୍ତୁ କେହି ଥରେ ହେଲେ
ସକାଳ ସଞ୍ଜକୁ ମୋର
ଆରମ୍ଭ ଓ ଅନ୍ତ ଦୁଃଖେ କଟୁ ବୋଲି
ଦେଇଗଲା ଉପହାର ।।
(କ୍ରମଶଃ)