ବନ୍ଦୀ
ବନ୍ଦୀ
କେଉଁ ନ୍ୟାୟରେ ଅବା
କେଉଁ ଅପରାଧେ
ଭୁଞ୍ଜୁଛ ତାଡନା ...
ପିଉଛ ଯନ୍ତ୍ରଣା ...
ତୁମେ କ'ଣ ସତରେ
ଦୋଷୀଟିଏ ?
ଜୀବନ ଚର୍ଯ୍ଯା
ହେଲା କି ଅସମ୍ଭାଳ
ତୁମରି ଚର୍ଯ୍ଯାରେ ...
ଆଶଙ୍କାରେ ଆସନ୍ନ କି
ଆଭାସିତ କଲା
ଅବା ବିପତ୍ତିଟେ !
କଳେ ବଳେ କଉଶଳେ
ଅଧିକାର ଛଡାଇଛି ,
ଅବାଞ୍ଛିତ ସଜାଇଛି ,
ନୀରବ ବି କରିଅଛି
ଭୟାତୁର ମଣିଷଟେ ...।
ହୃଦୟର ଅକୁହା ବ୍ଯଥା
କାହିଁକି ଯେ ରାତି ରାତି
ଖୋଲା ରଖିଛି ଆଖିକୁ ...
ବୋଧ ହୁଏ ...
କର୍ମ ଫଳ ଭୋଗୁଅଛି
ଆଖି ଆପଣାର
ଦୋଷ ବଳେ
ଦଣ୍ଡ ଲଭୁଅଛି ,
ଦେଖି ସାରି ଚିହ୍ନିବାରେ ...
ଭୁଲ ଯେ କରିଅଛି ।
କଡି ବନ୍ଧା ସ୍ଵପ୍ନର ହାତରେ
ବେଡି ବନ୍ଧା ସ୍ଵପ୍ନର ଗୋଡରେ
ସ୍ଵପ୍ନଟା ନିଶ୍ଚଳ ହୋଇଛି ,
ଆଉ ଅହରହ ...
ଦେଖୁଥିବା ଆଖି ଦୁଇ
ଜୀବନ ଜିଜ୍ଞାସା ଖୋଜୁଛି ।
ମନକୁ କରି ଅଗ୍ରାହ୍ଯ
ବେଦନାର ବିନ୍ୟାସରେ
ଯଦିଓ ସ୍ଵପ୍ନ ମାନେ ବନ୍ଦୀ
କାରାରୁଦ୍ଧେ ନିରନ୍ତର ...
ତଥାପି ଜ୍ଵଳନ ହତାଶା ମଧ୍ୟେ
ଦୁଃଖର ଶୃଙ୍ଖଳା ଠାରୁ
ମୁକୁଳିବି ଦିନେ ନିଶ୍ଚେ ...
ଅନୁଭୂତ କରୁଅଛି ।
