ବନ୍ଦୀ ଓ ଭାବନା
ବନ୍ଦୀ ଓ ଭାବନା
ବିହଙ୍ଗ ଉଡଇ ସୁଦୂର ଆକାଶେ
ନାହିଁ ତାର କଟକଣା l
ମଣିଷ ବିଚରା ଝୁଣ୍ଟି ପଡ଼ି ଯାଏ
ବୁଦ୍ଧି ହୁଏ ବାଟ ବଣା ll
ପ୍ରକୃତି ସହିତ ଖେଳୁଛି ମାନବ
କରୁଛି ନଷ୍ଟ ତାହାକୁ l
ନିଜର ଜାଲରେ ନିଜେ ବନ୍ଦୀ ହେବ
ଭୁଲିଯାଏ ପୁଣି ତାକୁ ll
ପିଞ୍ଜରା ଭିତରେ ପକ୍ଷୀ ଯଦି ଥାଏ
ଯେତେ ଦିଅ ଖାଇବାକୁ l
ମନ ତାର ଥାଏ। ସୁଦୂର ଆକାଶେ
ନିରନ୍ତର ଉଡିବାକୁ ll
ପ୍ରକୃତି ପାଇଁ କି ବିଶ୍ୱ ବଞ୍ଚି ଅଛି
କରୁଛ ତାହାକୁ ନଷ୍ଟ l
ପ୍ରତିକୂଳ ସ୍ଥିତି ତେବେ ଉପୁଜିବ
ଭୋଗିବ ଅନେକ କଷ୍ଟ ll
ବନ୍ଦୀ ହେବ ନିଶ୍ଚେ ନିଶ୍ଚୟ ଜାଣିଛ
ଏବେବି ସମୟ ଅଛି l
ବିହଙ୍ଗ ସମ ଯେ ଭୋଗିବ ଯନ୍ତ୍ରଣା
ପିଞ୍ଜରା ଯେ ଖାଲି ଅଛି ll
ବନ୍ଦୀର ଜୀବନ କେତେ ଦୁଃଖ କଷ୍ଟ
ପଚାର ବନ୍ଦୀ ପକ୍ଷୀକୁ l
ପ୍ରକୃତ ସୁଖ ଯେ। ଖୋଲା ଆକାଶ ରେ
ବିହଙ୍ଗ ଜାଣିଛି ତାକୁ ll
ପ୍ରକୃତି ବଞ୍ଚିଲେ ବିଶ୍ୱ ବଞ୍ଚି ଯିବ
ବଞ୍ଚିବ ମଣିଷ ଜାତି l
ନହେଲେ ଭୋଗିବ। ବନ୍ଦୀର ଜୀବନୀ
ମନେ ପକାଇବ ସ୍ମୃତି ll
