ବନ୍ଧୁଟିଏ ପରା ସିଏ
ବନ୍ଧୁଟିଏ ପରା ସିଏ
ବିପଦ ର ଅମା ଅନ୍ଧକାରେ
ଆଲୋକ ବର୍ତ୍ତିକା ଟିଏ
ସାରା ଦୁନିଆରେ ନିଆରା ସମ୍ପର୍କ
ବନ୍ଧୁଟିଏ ପରା ସିଏ l
ଦୁଃଖକୁ ମୋହର ନିଅଇ ସାଉଁଟି
ସୁଖରେ ପାସେ ଥାଏ
ପରାମାର୍ଶ ଦାତା କେବେ ଵନିଯାଏ
ପୁଣି କେବେ ମାଗିନିଏ l
କହିବା ଆଗରୁ ମୁଖ ଦେଖି
ମନର ଗହନକଥା ବୁଝିନିଏ
ସୁପଥ ରେ ଚଳିବ ପାଇଁକି
ଜ୍ଞାନ ମନେ ଭରିଦିଏ l
ଅଧରେ ମୋ ହସ ଦେବାପାଇଁ
ମଜାଳିଆ କଥା କହେ
ସ୍ୱାଦିଷ୍ଟ ବ୍ୟଞ୍ଜନ ଆଣଇ ଯେବେ
ମୋହସାଥେ ବାଣ୍ଟି ଖାଏ l
ମାନ ଅଭିମାନେ ଲାଗିଗଲେ କଳି
ମୁହଁକୁ ଫୁଲେଇ ଦିଏ
ରାଗରୁଷା ଯାଏ କ୍ଷଣକେ ଉଭେଇ
ସରାଗେ କୋଳେଇ ନିଏ l
ଭାରି ଆପଣାର ଲାଗୁ ଥାଏ
ଦରଦୀ ବନ୍ଧୁଟିଏ ସିଏ l