STORYMIRROR

Prabhanjana Tripathy

Romance Tragedy

4  

Prabhanjana Tripathy

Romance Tragedy

ବନ୍ଧୁରେ

ବନ୍ଧୁରେ

1 min
125


ବନ୍ଧୁ ତୁ 'କି ଜାଣୁ,

ମୁଁ କେମିତି ଅଛି,

ରାତି ମୋର କେମିତି କଟୁଛି,

ଦିନ ତମାମ,କି କଥା ଭାବୁଛି,

କେଉଁ ଏକ ଅପହଞ୍ଚା ବାଟେ,

ଏକା ବସି କେତେ ମୁଁ କାନ୍ଧୁଛି।


ଲୋକ ଲାଜ ଲୁଚାଇବା କାଜେ,

କେତେ କଥା ଅନ୍ତରେ ଲୁଚାଇ,

କାଳେ ଭେଟ ହୋଇଯିବା ବୋଲି,

ଛାତି ତଳେ ସାଇତି ରଖିଛି।


କେତେ କେତେ ଦୁର୍ଦ୍ଦିନର ଦିନ,

ଦୁଖେ ଦୁଖେ ସମ୍ଭାଳି ନେଇଛି,

କହି ପାରିବୁ'କି ପ୍ରିୟା ,

ଏ ଜୀବନ କାହିଁକି ରହିଛି ।


ମୁକ୍ତ କେବେ ହେବି'ଏ ଝାସରୁ,

ମୁକୁଳିବି ନାହିଁ ବୋଧେ ଏ'ନାଗ ପାଶରୁ ।


ତିକ୍ତ କିନ୍ତୁ ଲାଗେ ନାହିଁ ଜମା,

ଭଲ ଲାଗେ ଭାଵ ଅନୁପମା,

ଭିନ୍ନ ଲାଗେ ବଞ୍ଚିବାକୁ ଦିନ,

ମନ ହୁଏ ଭାବିବାରେ ମନ ।


ସତେ ତେଣୁ ହିଁ ବଞ୍ଚିଛି ବୋଧେ ପ୍ରିୟା,

ଭାବନା ଭିତରେ ପଶି ,କାଟୁଅଛି ଦିନ,

ଏବେତ କେବଳ ଖାଲି ,

ବାଲି ବାଲି ଲାଗେ ଭେଳାଭୂମି,

ତୋ ବିନୁ ବି" ଭାବନାରେ ପଶି,

କଳ୍ପନା କରଇ ବସି,ପ୍ରେମର ମିଳନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance