ବନ୍ଧୁକ ମୁନ ରେ ଜୀଵନ
ବନ୍ଧୁକ ମୁନ ରେ ଜୀଵନ
ଶକ୍ତି ସାହସ ବୀରତ୍ବ ଶୌର୍ଯ୍ୟ ଦକ୍ଷତା
ଯାହା ଧମନୀ ରେ ହୁଏ ପ୍ରବାହିତ
ଲୋହିତ ରକ୍ତ ବିନ୍ଦୁ ହୋଇ ଦେଶଭକ୍ତି
ସିଏ ଜାଗ୍ରତ ପ୍ରହରୀ ଏ ଦେଶ ର
ଜୀଵନ ତାର କଣ୍ଟକିତ ଭରା
ଲୁହ ଲହୁ ଝରା
ନୁହେଁ ଗୋଲାପ ର ଶେଯ ।
କ୍ଷଣେ କ୍ଷଣେ ମୃତ୍ୟୁ ର ତାଣ୍ଡବ କୁ
ଆଖି ସାମ୍ନା ରେ ଦେଖି ମଧ୍ୟ
ସେ ଅବିଚଳିତ ହିମାଳୟ
ସାଜି ବଢି ଚାଲେ ନିଜ
ଗନ୍ତବ୍ୟ ପଥ ରେ
ଶତ୍ରୁ ସଂହାର କରି ଅବା
ରଣ ଭୂମି ରେ ଶହୀଦ ହେବା
ତା ପାଇଁ ଗୌରବ ।
ଶୀତ ରାତି ର ବରଫ ରେ
ତାର ଅତ୍ମୋବଳ ପଡେ
ନାହିଁ ଶୀତଳ
ନା ଉତ୍ତପ୍ତ ମରୁଭୂମି ବାଲି
ଜାଳି ପାରେ
ତାର ଦାମ୍ଭିକତା କୁ
ବନ୍ଧୁକ ମୁନ ରେ ସେ ହସି ହସି
ଠିଆ ହୋଇ ପାରେ
ନିର୍ଭୀକତା ର ଆଭୂଷଣ ରେ
ସେ ଆଭୂଷିତ ହୋଇ
ସ୍ୱର୍ଗ ଲାଭ ର ସ୍ବପ୍ନ ଦେଖେ ।
କାପୁରୁଷତା ଠାରୁ ଅତ୍ମୋବଳିଦାନ
କୁ ସେ ମଣେ ଶ୍ରେୟସ୍କର
ପରକୈନ୍ଦ୍ରିକ ଜୀଵନ ଯାହା
ସର୍ବଦା ଦେଶ ର ସୁରକ୍ଷା ଓ
ସେବା ରେ ନିୟୋଜିତ
ତାକୁ କଣ ଡ଼ରେଇ ପାରେ
ବନ୍ଧୁକ ମୁନ ର ଜୀଵନ ।
ସେ ପୁଲକିତ ହୁଏ ଯୁଦ୍ଧ ଦୁଦୁଭି ରେ
ଉଲ୍ଲସିତ ହୁଏ କର୍ତ୍ତବ୍ୟ ର ଆହ୍ୱାନ ରେ
ଆନନ୍ଦିତ ହୁଏ ଶତ୍ରୁ ପକ୍ଷ ଦମନ ରେ
ସଂସାରିକ ପ୍ରଲୋଭନ
ପଦ ପଦବୀ ର ମୋହ
କିମ୍ବା ମୃତ୍ୟୁ ର ଭୟ
ସବୁ ଲାଗେ ତୁଚ୍ଛ
ଶାଶ୍ୱତ ହିଁ ଦେଶ ପ୍ରେମ ।
