STORYMIRROR

Prafulla Chandra Mishra

Crime

3  

Prafulla Chandra Mishra

Crime

ବଳାତ୍କାର

ବଳାତ୍କାର

1 min
337


ଏକ ଭୟଙ୍କର ଶଦ୍ଦ   ୟେ ଲୋମହର୍ଷଣକାରୀ

ସଂପୃକ୍ତି ମଣିଷେ କହି   ଅମର୍ଷ, ଅବଜ୍ଞାକାରୀ  

ବଳାତ୍କାରୀ ଦୁଷ୍ଟ ସେତ 

ଦୁନିଆଁ ଆଖିରେ ନର୍କ  କୀଟ ଠାରୁ ହୀନ ପୋକ ।।


କାନ୍ଦେ ଦିଲ୍ଲୀର ନିର୍ଭୟା  ହାଇଦ୍ରାବାଦର ଦୁଃଖ

ଓଡ଼ିଶାର କେତେ ବାଳା  ହଜେ ମଣିଷ ବିବେକ

ଏବେ ତ ବିସ୍ତୃତ ଭାବେ

ଡିଆଁ ରୋଗ ଭଳି ଅବା ନିଆଁ ଭଳି କିଆଁ ବ୍ୟାପେ ।।


ଟିକିରି ବେବିନା ଭଳି ବିଲୁଆ ନଈର ବାଲି

ସେ ଦିନର ଛବିରାଣୀ ଏବେ ଡାକେ ହାତ ଠାରି

ଆହା କି ବୀଭତ୍ସ ଦୃଶ୍ୟ

ମଣିଷ କେମିତି କ୍ଷଣେ  ପାଲଟେ ନର ରାକ୍ଷସ ।।


ସ୍ନେହ, ଶ୍ରଦ୍ଧା,ଦୟା କ୍ଷମା  ସତେ କି ଯାଉଛି ସରି

ମଣିଷ ମାନସିକତା  ପଶୁ ପ୍ରାୟ ଯାଏ ହୋଇ

ସବୁଠାରୁ ହୀନ କର୍ମ

ଲଜ୍ୟା,ଲଜ୍ୟା,ଲଜ୍ୟା,ଲଜ୍ୟା  ଅପଶଦ୍ଦ ୟେ ଧର୍ଷଣ ।।


ସତେ ମଣିଷ ପଣିଆ  ଅବା ଯାଉ ଅଛି ହଜି

ନୀରିହ ନିଷ୍ଠାପ ଶିଶୁ  ନିସ୍ତାର ନାହିଁ ସେ ପାଜି

ଦେଇଥାଏ ପରାଭବ

ଅହଂକାରୀ ପ୍ରକୃତିର  ସତେ ଅବା କଉଣପ ।।


ଦୁଷ୍କର୍ମ କହନ୍ତି ଯାହା ଜଘନ୍ୟ ସେ ଅପରାଧ

ତିନି ଲୋକେ ନାହିଁ ସ୍ଥାନ ମଲା ପରେ ହୁଏ ଭୂତ

ରଉରବେ ନାହିଁ ଠାବ

ସାତ ଜନ୍ମଯାଏଁ ଜନ ଭୋଗୁଥାଏ ପରାଭବ ।।

 

ମାଟି ମାଆ ଆଖି ଲୁହ ନିରୀହ ନାରୀର କୋହ

ଛାତିଫଟା ଏଇ ଦୃଶ୍ୟ ସତେ କେତେ ଅସହାୟ

ଧର୍ଷଣ ରୂପକ ଶଦ୍ଦ

ଉଚ୍ଚାରିତ ହେଲେ ଥରେ ଦୁନିଆଁ ହୁଅଇ ସ୍ତବ୍ଧ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime