STORYMIRROR

Yudhisthir Khamari

Action Classics Inspirational

3  

Yudhisthir Khamari

Action Classics Inspirational

ବିଷାକ୍ତ ସହର

ବିଷାକ୍ତ ସହର

1 min
150

ଦିନଥିଲା ମଣିଷ ପ୍ରକୃତି କୋଳରେ ରହୁଥିଲା

ବଞ୍ଚୁଥିଲା ଗଛପତ୍ର,ଫଳମୁଳ ଖାଇ

ସମୟ କ୍ରମେ ସୃଷ୍ଟି କଲା ସଭ୍ୟତା

ବଢିଲା ଆବଶ୍ୟକତା ଦିନକୁ ଦିନ

ଉତ୍ପାଦନ କଲା ଶଷ୍ୟସମ୍ଭାର

ମନ ବୁଝିଲାନି ସହରାଭିମୁଖି ହେଲା

ଗଢି ଉଠିଲା କଂକ୍ରିଟ ଜଙ୍ଗଲ 

ଧ୍ବଂସମୁଖି ହେଲାଣି ସବୁଜ ବନାନି

ଜଙ୍ଗଲର ‌ହୃଦୟକୁ ବିଦିର୍ଣ୍ଣ କରି ଗଢି ଉଠିଲା

କଳକାରଖାନା ମାନ 

ତଥାପି ପୁରିଲା ନି ଆବଶ୍ୟକତା

ଶିଳ୍ପ ବିପ୍ଳବ ନାରେ ବିଶୁଦ୍ଧ ବାୟୁକୁ ଧୂମାଇତ କଲା

ଭରିଦେଲା ବିଷ, ପ୍ରାଣ ବାୟୁମଣ୍ଡଳରେ

ଉତ୍ପାଦନ ନାଁ ରେ ପ୍ରଦୂଷିତ ହେଲା ମାଟି ପାଣି

ବଢିଚାଲିଲା ଜନସଂଖ୍ୟା ବଢିଲା ବେକାରୀ ଜିନିଷ

ଯହିଁ ଦେଖ କୁଢ଼ କୁଢ଼ ମଇଲା 

ମାଟି ବି କ୍ଷମତା ହରାଇଲା ଅବନମିତ ପାଇଁ

ଆହୁରି ମୁଣ୍ଡବ୍ୟଥା କଲା 

ଅଦରକାରୀ ଇଲୋକଟ୍ରନିକ୍ ଓ୍ବେଷ୍ଟ

ତା ସାଥିରେ ପ୍ଲାଷ୍ଟିକ ରାକ୍ଷସ

ମିଶି କବଳିତ କଲେ ସହରକୁ

ଯହିଁ ଦେଖ ପୁଣି ପୁତିଗନ୍ଦ

ଅଣନିଃଶ୍ବାସୀ ହେଲା ବିଷମୟ ପରିବେଶ ରେ

ମଧୁମୟ ସହରର ସ୍ବପ୍ନ ପୁଣି ବିଷମୟ ହୋଇ ଗଲା

ମଣିଷ ନୟା୍ନ୍ତ ହୋଇଗଲା

ସହରୀ ଜୀବନର ଭାଗଦୌଡରେ

ପୁଣି ମନ ବଳିଲା ସେଇ ପ୍ରକୃତି କୋଳକୁ

ମନ ଭିତରେ ଟିକିଏ ଶାନ୍ତି ପାଇଁ

ମୁନ୍ଦିଏ ବିଶୁଦ୍ଧ ପାଣି ଓ ଦଲକାଏ ପବନ ପାଇଁ 

ଫେରିଲା ବେଳକୁ ସେଇ ଗାଁ ବି ଉଜୁଡା

ଶୀର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ

ସତେ ଯେମିତି ଶିରି ତୁଟି ଯାଇଛି ତାର ।

    



विषय का मूल्यांकन करें
लॉग इन

Similar oriya poem from Action