ବିସ୍ମୃତ ଚନ୍ଦ୍ରମଉଳି...
ବିସ୍ମୃତ ଚନ୍ଦ୍ରମଉଳି...
ବିଷୁବ ଲଗ୍ନର ଚନ୍ଦ୍ର ମଉଳି ମୁଁ,
ଆଖିରେ ଫୁଟଇ ଜ୍ୱଳନ୍ତ କଇଁ,
ବିସ୍ମୃତ ଜ୍ୟୋସ୍ନାର ଅଂଶୁ ଦଂଶନେ
ପଡିବି ନାଇଁକି ସହିବି ନାଇଁ...|
ଅସ୍ତରାଗର ରକ୍ତିମ ଆଭାରେ
ଅରୁଣିମା ସାଜି ଆସିଲେ ଉଇଁ
ଇନ୍ଦ୍ରସଭାର ଭାଟର କୁହାଟ
ହୃଦୟେ ଝରାଏ କୁହାଟ ପୁଣି...|
ନନ୍ଦନବନର ଭଗ୍ନ ଶାଳାରେ
ମୋହିନୀ ମଗନେ ଛନ୍ଦ ତୋଳି,
ଗନ୍ଧର୍ବ ଛାତିରେ ନିଖୁଣ ନିହାଣ
କମ୍ପନ ହୁଏ କ୍ଷଣକୁ କ୍ଷଣି...|
ଏଇ ବିସ୍ମୃତ ମଉଳା ତିଥି
କୃଷ୍ଣ ଚୂଡାରେ ମଳୟ ତୃଷ୍ଣା
ବିଦାୟୀ ବର୍ଷ ଅତିଥି,
ସେଇ ପ୍ରଲୁବ୍ଧ ଲାବଣ୍ୟ ଗନ୍ଧେ
ରଜନୀ ଗନ୍ଧାର କୃଷ୍ଣବେଣୀରେ
ଚନ୍ଦ୍ରଚୂଡା ମୁଁ ସାଜେ...|
*******-********

