STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ବିଶ୍ବାସ ନୀଡରେ ଭରସା ପକ୍ଷୀ

ବିଶ୍ବାସ ନୀଡରେ ଭରସା ପକ୍ଷୀ

1 min
321


ଅଙ୍କାବଙ୍କା ହୋଇ ବହିଯାଏ ନଈ

ଏ ଜୀବନ ଆଶା ତରୀ

ସବୁଜ ସପନ ଆନନ୍ଦେ ମଗନ

କୂଳ ପାଇଁ ହୁଏ ଘାରି ।

ଭାସି ଭାସି ଯାଏ ଜଳରେ ନଉକା

ସମୟର ସୁଅ କାଟି

ଚଳାଏ ନାବିକ ନଉକା ସଂସାର 

ଅଭିଯାତ୍ରୀ ଥାଏ ବସି ।

ନ ଆସୁ ଜୀବନେ ନଈର ମଝିରେ

ଅଦିନିଆ ଝଡ଼ଝଞ୍ଜା

ନ ପଡୁ ବିପଦ ପାଞ୍ଚଇ ଜୀବନ

ଯତ୍ନେ ଏଡି ଘୋର ବାଧା ।

ବିତିଯାଏ କ୍ରମେ ଦିନ ମାସ ବର୍ଷ

ଶିଖିବା ଜୀବନ କଳା

ଟେକିବା ମୁଣ୍ଡକୁ ଜୀବନ ସଂଗ୍ରାମେ

ବାନ୍ଧି ଭବ ଜଳେ ଭେଳା ।

ବିଶ୍ବାସ ନୀଡରେ ଭରସାର ପକ୍ଷୀ

ବସା ବାନ୍ଧି ରହିଥିଲେ

ଦୂର ହୁଏ ହେଳେ ଦୁଃଖ ଓ ଦୁର୍ଦ୍ଦିନ 

ସୁଖ ଆଶା ଉଙ୍କି ମାରେ ।

 


Rate this content
Log in

Similar oriya poem from Action