STORYMIRROR

Bijoy Jena

Action Classics

4  

Bijoy Jena

Action Classics

ବିପଦର ବନ୍ଧୁ

ବିପଦର ବନ୍ଧୁ

1 min
422


ବିପଦର ବନ୍ଧୁ ତୁମେ ଜଗବନ୍ଧୁ

  ବିପଦେ ଆପଦେ ସାହା

ତୋରନାମ ମୋର ମୋମୁଖେ ବିହାର

   ଜଗନ୍ନାଥ ଚାଉବାହା।

ପ୍ରତିଟି କରମେ ପ୍ରତି ମୁହୂର୍ତ୍ତରେ

   ତୁମକୁ କରେ ସ୍ମରଣ

ବିପଥରେ ଗଲେ ସଜାଡ଼ି ନେଇଛ

    ଏଇ ତୁମ ବଡ ପଣ।

ଆଜିର ଅବସ୍ଥା କାଲିକି ନ ଥାଏ

   ଶିଖାଇଛ ପ୍ରଭୁ ତୁମେ

ସୁଖଦୁଃଖ ସବୁ ସମ ଜ୍ଞାନ ମଣି

   ନପଡ଼ ସଂସାର ଭ୍ରମେ।

ତୁମରି ମାୟାକୁ ପୋଛିବାକୁ ହେଲେ

    ତୁମ ନାମ କରି ତୀର୍ଥ 

ଭାବିଛି ତରିବୁ ସଂସାର ବାରିଧି

    କୃପାକର ଜଗନ୍ନାଥ ।

କଳି ଯୁଗେ ନାଥ ହେ ଦାରୁ ଦେବତା

    ନୀଳ କନ୍ଦର ରେ ବସି

ଲୀଳା ଖେଳା କରି ହଜାଇ ମଜା ଇ

    ମନକୁ ନେଉଚ୍ଛ ରସି।

ଏଇ ଲୀଳା ସଦା ଚାଲି ଥାଉ ନିତି

    ଭକତ ବାନ୍ଧବ ହରି

ବିପଦ ର ପ୍ରଭୁ ଏ ନାମକୁ କେବେ

   ନଯିବ କେବେ ପାଶୋରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action