Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ବିଜୟା ଦଶମୀରେ ପ୍ରାର୍ଥନା

ବିଜୟା ଦଶମୀରେ ପ୍ରାର୍ଥନା

1 min
288



ଅମୃତ ଭାବନା ସୃଷ୍ଟି ହୋଇପାରେନା 

ବୋମା କିବା ବନ୍ଧୁକରେ 

ସୃଷ୍ଟି ହୋଇପାରେ ଏ ଦୁନିଆରେ ତ 

କେବଳ କଲମର ମାଧ୍ୟମରେ ।


ଧ୍ୱଂସ ଅବା ବିଲୟ ନୁହେଁ, ମୁଁ କରେ ବିଶ୍ୱାସ 

ଚିର ମଧୁମୟ ସୃଷ୍ଟିରେ 

ମଣିଷ ଜୀବନ, ସ୍ୱପ୍ନ ଓ ଗନ୍ତବ୍ୟସ୍ଥଳ ରହେ 

ଖୁସି ସଦା ଶାନ୍ତି ପରିସ୍ଥିତିରେ ।


ସମାଜେ ଶାନ୍ତି ସଦଭାବ ଚାଲିଯିବା ପରେ 

ସବୁ ସୁଖ ସ୍ୱପ୍ନ ସରିଯାଏ

ହୃଦୟ କମ୍ପିଯାଏ, ଅସରନ୍ତି କୋହ ଓ ଲୁହରେ 

ଛାତି ପରା ଫାଟି ଯାଏ ।


ଅନେକ ଦୁଃଖକୁ ଛାତି ଓ ମନରେ ଚାପି ଧରି 

ଯଦି ନିଜେ ହସିବା 

ଅନ୍ୟ ମାନଙ୍କୁ ହସେଇବା, ଏଇଟା ହିଁ ତ ଅଟଇ

ପ୍ରକୃତ ଜୀବନ ଜିଇଁବା ।


ଶରତର ଛିଟା ପଡି କାଶତଣ୍ଡୀ ଫୁଲରେ, ଜଳରେ 

ହସୁଛି କଇଁ ଫୁଲର ରଙ୍ଗଣୀ 

ବସୁଧାରେ ଶୁଭୁଛି ଚତୁର୍ଦ୍ଦିଗରେ ମାତୃ ଆବାହନୀ ,

ଘଣ୍ଟ ଘଣ୍ଟା ଶବଦରେ କମ୍ପୁଛି ଧରଣୀ ।


ବିଜୟା ଦଶମୀ ଶାରଦୀୟରେ ଦିଅ ହେ ମା ଶାନ୍ତ, 

ନମ୍ର, ମେଳାପି ଓ କର୍ମଠ ପ୍ରବୃତ୍ତି

ମାନବ ମଧ୍ୟରେ ଯେତେ ଦାନବ ପ୍ରବୃତ୍ତି ଦମନ କରି 

ଗୋ ମାତା ମହୀକୁ କର ଆଶ୍ବସ୍ତି ।


Rate this content
Log in

Similar oriya poem from Fantasy