STORYMIRROR

subrat kumar jena

Fantasy

3  

subrat kumar jena

Fantasy

ଅବୁଝା କିଛି ସମୟ

ଅବୁଝା କିଛି ସମୟ

1 min
190

ଅବୁଝା କିଛି ସମୟ,

ଏମିତି ଆସି ପହଞ୍ଚିଥିଲା ଅଚାନକ,

ନାଁ ନିଜେ ଖୁସି ହେଲା,

ନାଁ ମୋତେ ଖୁସି କରିବାର ସୁଯୋଗ ଦେଲା,

ଖେଳି ଗଲା ଏମିତି ଖେଳ,

ହୁଏତ କାହା ଭାଷାରେ "ପିଲା ଖେଳ "

ହେଲେ ଭରିଗଲା ମୋ ସଂସାରେ ଖାଲି ଜଞ୍ଜାଳ ।


ସମୟ ତୁମେ ତ ମାହାନ,

ତୁମେ କେବେ ଆଣିପାର ଖୁସିର ଗଦା ଗଦା ପାହାଡ଼,

କାହାକୁ ନେଇ କୋଉଠି ରଖ ତାହା ତୁମକୁ ଜଣା,

ମୁଁ କିନ୍ତୁ ମାଗି ନଥିଲି ଏମିତି କିଛି ତୁମଠୁ,

ଯାହା ପ୍ରାପ୍ତିର ଆଶାରେ ଧାଉଁଥିଲି,

ସେ ପଥ ଆଜି ଦିଗହରା,

ମୁଁ ହରାଇ ଲକ୍ଷ୍ୟ ଆଜି ଏକ ଯାଯାବର ।


ହେ ସମୟ କାହିଁକି ମୁଁ ପ୍ରୟାସ କରିବିନି ବାନ୍ଧିବାକୁ,

ଇତଃସ୍ତଥ ଭାବରେ ଘୁରିବୁଲୁଥିବା ସ୍ଵପ୍ନକୁ,

ହେଲେ ସେଜେ କଣ ସହଜେ ଧରା ଦିଆନ୍ତି,

କେତେଵେଳେ ତାଙ୍କୁ ବାନ୍ଧୁ ବାନ୍ଧୁ ସରିଯାଏ ସ୍ବପ୍ନ ତ,

କେବେ ସରିଯାଏ ଲମ୍ବା ରାତି,

କେବେ ପୁଣି ମୁଣ୍ଡ ଝାଳ ତୁଣ୍ଡେ ମାରି ମାରି ,

ବୁଢା ହୋଇଯାଏ କଞ୍ଚା ବୟସ ଟା ।


ପ୍ରଜାପତିର ଡେଣାରୁ ଲିଭି ଆସେ ରଙ୍ଗ,

ଆଉଥରେ ନୂଆକରି ଭରିବାକୁ ରଙ୍ଗ ହୁଏନି ସମୟ,

ଫୁଲ ସବୁ ଅଚାନକ ମଉଳି ଯାଆନ୍ତି,

ବିଚରା ଭ୍ରମର ଗାଇବୁଲେ ଦୁଃଖର ସଙ୍ଗୀତ,

ଯାହାର ଗୀତିକାର ନିଜେ ଗାୟକ ବି ନିଜେ,

ଆଶାରେ ତୁ ସରିବା ଆଗରୁ ମିଳିପାରେ କିଛିବୋଲି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy