STORYMIRROR

Akshayakumar Dash

Fantasy Inspirational

3  

Akshayakumar Dash

Fantasy Inspirational

ଦୋଳି

ଦୋଳି

1 min
272

ବନ ରେ ଡାକିଲା ଗଜ

ବରଷକେ ଥରେ ଆସଇ ରଜ

ଘରେ ଘରେ ସଜବାଜ

ସାବୁନ ବାସନା ତେଲ

ନଈ ତୁଠେ ସାଙ୍ଗ ସାଥି ଙ୍କ ମେଳ

ସରାଗ କଟଇ ବେଳ

ନୂଆ ଲୁଗା ପିନ୍ଧି ଶାଢ଼ୀ

ପଲମ ରୁ ପୋଡ଼ ପିଠା କୁ କାଢ଼ି

ସଭିଏଁ ଙ୍କୁ ଦେବା ବାଢି

ଗଛରେ ଝୁଲୁଛି ଦୋଳି

ଦେହ ଯାଙ୍କ କେତେ ଅତର ବୋଳି

ମହାକାଏ ଦୋଳି ଖେଳି

ଗାଁରେ ତାସ ପାଲି

ଛୁଆବୁଢା ସବୁ ଆସନ୍ତି ଚାଲି

ପାନ ଜାକି ପାଟି ନାଲି

ଆକାଶେ ଉଡ଼ଇ ଗୋଡି

ପଟ୍ଟା ଦୋଳି ବାହି ଯୋଡିକୁ ଯୋଡି

ଦୋଳି ଗୀତ ମାନ ପଢି

ପାକଲା ପଣସ ରସ

ମୁଣ୍ଡେ ରଙ୍ଗ ବୋଳି ଲୁଛେ ବଅସ

ବୁଢା ବି ରଚଇ ରାସ

ନଈରେ ବାଗୁଡ଼ି ଖେଳ

ହାରିଗଲେ ସେପାରି ଦଳ

ହୁଏ କସା କସି ବଳ

ୠଚୁନାହିଁ ଭାତ ଡାଲି

ଖାସି ଟିଏ ବନ୍ଧା ଗାଁରେ ଛାଳି

କୁଣିଆଁ ଭିତରେ ଶାଳୀ

ମହକି ଉଠୁଛି ବାଟ

ମଉକା ମିଳିଛି ପ୍ରେମର ଭେଟ

ରଜ ଲଗାଇଛି ନାଟ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy