STORYMIRROR

subrat kumar jena

Fantasy

3  

subrat kumar jena

Fantasy

ଶେଷ ଧାଡି

ଶେଷ ଧାଡି

1 min
245

ଶେଷ ଧାଡି,

ଅନେକ କିଛି ଲେଖିବାର ଥିଲା,

କିନ୍ତୁ ଡର ଥିଲା,

ତୁମେ ସେସବୁକୁ ପଢିବତ !


ଏମିତିରେ କେମିତି ଲେଖିବି ମୁଁ,

ସମ୍ପର୍କର ଡୋରକୁ କାଟି,

କେମିତି ବା ତୁମେ ଭୁଲିବ ନାଁ ମୁଁ,

ଏତେ ସହଜ କ'ଣ ,

କଥା ଦେଇ ତାକୁ ପାଣିରେ ଫିଙ୍ଗିଦେବା !


ଶେଷ ଶେଷ ବୋଲି ଯେତେ ଭାବେ,

ସେଇଠୁ ଆରମ୍ଭ ହେଉଛି ଏକ ନୂତନ,

ତୁମେ କିନ୍ତୁ ଦୁରଉଥିଲ ଧିରେ ଧିରେ,

ସତେ ଯେମିତି ଏ ତୁମର ବାଁ ହାତର ଖେଳ,

ତଥାପି ତୁମେ ଖେଳିଲ ବହୁତ ସୁନ୍ଦର !


ମୁହଁରେ କୁତ୍ରିମ ଛଳନାର ହସ,

ବ୍ୟବହାର କିନ୍ତୁ ନିଜଠୁ ନିଜର,

ଏମିତିରେ କେମିତି ଦୁରେଇବି ତୁମଠୁ,

ଯାହା ହେଲେବି ତୁମେ ମୋର,

ତେଣିକି ତୁମେ ଖରାପ ହୁଅ କି ଭଲ,

ଯେମିତି ବି ହେଉ ତୁମେ ମୋର ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy