STORYMIRROR

priyambada samal

Fantasy

3  

priyambada samal

Fantasy

ମଧୁର ରାଗିଣୀ

ମଧୁର ରାଗିଣୀ

1 min
182

     

କିପରି ଏ ରାଜରାସ୍ତା ଡେଇଁ

ବହଳିଆ କୁହୁଡ଼ି ଅନ୍ଧାର

ମଳୟଟା ବୋହିଆଣେ

ଚୋରା ଚଇତାଳି

ଚଳଚ୍ଚିତ୍ର ନାୟକଟି ପରି, 

ବେଶ୍ ସୁଶ୍ରୀ

ସ୍ମିତହାସେ

ଆସ୍ତେଆସ୍ତେ କଥାବସ୍ତୁ

ଆଗେଇଲା ପରି। 

ଚାରିଆଡ଼େ ଖେଳିଯାଏ

ମଳୟର ସ୍ପର୍ଶ

ପତ୍ରେ ପତ୍ରେ

ସୁମନେ ସୁମନେ

କୋକିଳର କୁହୁତାନ

ଶୁଣି ବସନ୍ତଟା

ହସଇ ଯେମିତି

ମନ ହୁଏ

ବସନ୍ତ ର ମଳୟରେ

ଲାଖିଯିବା ପାଇଁ

କୋକିଳର କୁଜନରେ

ହଜି ଯିବା ପାଇଁ

ବଉଳର ସୁବାସ ରେ

ଡୁବି ଯିବା ପାଇଁ

ବିଛୁରିତ ମଳୟର

ମଧୁମୟ ବାସ୍ନା

ନିମିଷକେ ମନ ନିଏ କିଣି

 ଥିରିଥିରି ଝରୁଥାଏ

ସତେ ଅବା ମଧୁର ରାଗିଣୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy