STORYMIRROR

Goutam Mohanty

Tragedy Classics Fantasy

3  

Goutam Mohanty

Tragedy Classics Fantasy

ଜୀବନଟା ଏକ ଯନ୍ତ୍ରଣାର ଘର

ଜୀବନଟା ଏକ ଯନ୍ତ୍ରଣାର ଘର

1 min
259


ଜୀବନଟା ଏକ      ଯନ୍ତ୍ରଣାର ଘର

    ଖୁସି ରଙ୍ଗ ଲାଗେ ଫିକା,

ନିଜଠୁ ନିଜର      ମଣିଷ ଆଜି ହିଁ

    ଦେଇ ଚାଲିଯାଏ ଧୋକା।।

କିଏ ଆସିଥାଏ     ଏଇ ଜୀବନରେ 

    ସୁଖ ଟିକେ ଦେବାପାଇଁ,

କିଏ ଆସି ପୁଣି     ଏଇ ଦୁନିଆଁରେ

    କାନ୍ଦୁଥାଏ କଇଁ କଇଁ।।

ଦୁଃଖ କୁ ଲୁଚେଇ     ହସିଦିଏ କେହି

     ମିଛ ଅଭିନୟ କରି,

ପୁଣି କେ ପାରେନା     ଅଭିନୟ କରି

     ବଞ୍ଚିଥାଏ ମରି ମରି।।

ଅନ୍ୟ ଖୁସି ଲାଗି     ଭୁଲିଯାଏ କେହି

      ନିଜର ଅଜସ୍ର ଖୁସି,

ନିଜ ସ୍ବାର୍ଥ ପାଇଁ     ପୁଣି କେହି ଜଣେ

     ପ୍ରେମକୁ ଦିଅଇ ଫାଶୀ।।

ଭୁଲିଯାଏ ପୁଣି       ସମ୍ପର୍କକୁ କେହି

    ଦେଖାଇ ମିଛ ଛଳନା,

ପୁଣି କେ ପାରେନା   ସେ ସ୍ମୃତି କୁ ଭୁଲି

   ହୁଏ ସେ ଗୋଟେ ଖେଳନା।।

ନିଜର ହୋଇକି       ପର କିଏ ହୁଏ

     ଭୁଲିଯାଏ ସବୁକିଛି,

ଭୁଲି କେ ପାରେନା     ସେହି ମଣିଷକୁ

  (ପୁଣି) ଲୁହ ବସି ଗଡ଼ାଉଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy