STORYMIRROR

Sunanda Mohanty

Fantasy Others

3  

Sunanda Mohanty

Fantasy Others

ମେଘର ରଙ୍ଗ ବେରଙ୍ଗ

ମେଘର ରଙ୍ଗ ବେରଙ୍ଗ

1 min
194

ମେଘର ରଙ୍ଗ ଯେବେ ନୀଳ 

ମୋ ଭିତରେ ନୀଳ ଭାବାବେଗ 

ମେଘର ରଙ୍ଗ ଯେବେ ସବୁଜ 

ରାତି ସରି ଦିନ ବୁଣିଦିଏ ମୁରୁଜ 

ମେଘର ରଙ୍ଗ ଯେବେ ହଳଦିଆ 

ଆଶାର ଆଷାଢ଼ ପିଆସୀ ଅଦିନିଆ 

ମେଘର ରଙ୍ଗ ଯେବେ ଲାଲ 

ମେଘ ମହକ ମିଠା କଥାର ଫୁଲ 

ମେଘର ରଙ୍ଗ ଯେବେ ଗୋଲାପୀ 

ମାଘର ମେଘୁଆ ରେ ଯାଏ ବରଷି 

ମେଘର ରଙ୍ଗ ଯେବେ କଳା 

ଅଳ୍ପ ମେଘର ଗଳ୍ପ ଭିତରେ ନାଚେ ନନ୍ଦବଳା 

ମେଘର ରଙ୍ଗ ଯେବେ ବାଇଗଣୀ 

ଗୋଧୂଳି ସଞ୍ଜ ର ଉପସଂହାରରେ 

ମେଘ ପାଦ ପଡେ ଗଣିଗଣି 

ମେଘର ରଙ୍ଗ ଯେବେ ଘନନୀଳ 

ନଥାଏ ମେଘର ଥଳକୂଳ 

ମେଘର ରଙ୍ଗ ଯେବେ ନାରଙ୍ଗୀ 

ମାଧବୀ ରାତିର ମନୋରମା ବାନ୍ଧବୀ 

ମେଘର ରଙ୍ଗରେ ଏତେ ପିପାସା 

ଭସାମେଘ କରେ କେତେ ଲୋକହସା 

ମେଘର ରଙ୍ଗ ଯେବେ ଧଳା 

ହସୁଥାନ୍ତି କାଳିଆ ଚକାଡୋଳା 

କଳା ଘୁମର ମେଘରେ ନାଚେ ମୟୂରୀ 

ରାମ ନାମ ଜପୁଥାନ୍ତି ଶୁକ ଓ ଶାରୀ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy