କଳ୍ପନାଭିସାର
କଳ୍ପନାଭିସାର
ପ୍ରତିଥର ତୁମକୁ ଦେଖିଲା ପରେ,
ତୁମ ସେ ମନ ଜିଣା ହସ ମୋତେ
ଅନ୍ୟମନସ୍କ କରିଦିଏ ।
ଭାବୁଥାଏ ନିତି ଭେଟ ହୁଅନ୍ତା କି
କହି ଦିଅନ୍ତି ମନ କଥା ସବୁ,
ବୁଲେଇ ଦେଖାନ୍ତି ତୁମକୁ
ମାେ ହୃଦୟ ର ନିଷିଦ୍ଧ ଇଲାକାରେ
ତୁମ ସ୍ୱପ୍ନର ରଙ୍ଗୀନ ବିପଣୀ ।
ମାେ ଶ୍ୱାସ ତନ୍ତ୍ରୀ ସବୁ
ମାେ ଆଶା ଉଦ୍ଧୀପନା କୁ ଭିଡ଼ି ଧରି ଥାଆନ୍ତି,
କାଳେ କିଛି ଭୁଲ୍ ହେଇ ଯିବ
ଆଉ ତୁମେ ପୂର୍ବ ଭଳି ନିରବି ଯିବ ।
ପ୍ରେମ ପାଇଁ ଅନୁମତି କାହିଁ ନେବି ?
କିଛି ତ ଚାହିଁ ନି ତୁମଠୁ?
ତୁମର ସେ ବୋମା ତରଳା ହସ ଧାରେକ ବ୍ୟତୀତ ।
ଯେତେ ଦିନ ଥିବି
ତୁମକୁ ଗୋପନରେ ଭେଟୁଥିବି ,
ନିତି ରାତି ତୁମ ସ୍ୱପ୍ନରେ ଅନୁଢ଼ା କିଶୋରୀ ଟେ ଭଳି
କଡ ଲେଉଟାଇ ତୁମକୁ ଝୁରି ମରୁଥିବି ।
କଳ୍ପନା ର ଇନ୍ଦ୍ରଜାଲ ରେ ନିତି
ଧନ୍ଦି ହେଇ ଏମିତି କବିତା ଲେଖିବି ।।

