ଅତୀତ ଯେବେ ଚେଇଁ ଉଠେ
ଅତୀତ ଯେବେ ଚେଇଁ ଉଠେ
ଅତୀତ ଜେବେ ଚେଇଁ ଉଠେ,
ନିଆଁ ପୁଆଁ ଉମେଇଁ ହାଣ୍ଡିରେ,
ଭାସି ବୁଲେ ଗଦା ଗଦା ସ୍ୱପ୍ନର ଛବି,
ଯାହା ଲାଗି ମୁଁ ହୋଇପାରିଛି ଜଣେ କବି,
ଅନେକ ଅତୀତ ସ୍ବପ୍ନ ଆଣେ,
ମହୁଲ ଫୁଲର ବାସ୍ନାରେ ହଜି ହଜାଏ,
ପୁଣି ସାହସ ଦିଏ ତୋଳିବାକୁ,
ସ୍ୱର୍ଗର ସୁନ୍ଦରୀ ପାରିଜାତ ଫୁଲକୁ,
କେବେ ଭାବିଥାଏ ଥାନ୍ତା'କି !
ପାଖରେ ମୋର ପକ୍ଷୀରାଜ ଘୋଡାଟିଏ,
ଗଢିବସନ୍ତି ସ୍ୱପ୍ନର ତାଜମହଲକୁ,
ଉଡି ଉଡି ସଦା ଗାଇ ବୁଲନ୍ତି ପ୍ରେମର ରାଗିଣୀ,
ସେଥିରେ ବିତିଯାଅନ୍ତା ଦିବସ ଜାମିନୀ,
ଅତୀତ ତୋତେ କରେ ଋତୁରାଣୀ,
ପୁଣି ଭରେ ମନରେ କୋହ ଶ୍ରାବଣୀ ।।
