STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଛବିସ ଜାନୁଆରୀ

ଛବିସ ଜାନୁଆରୀ

1 min
290

ଛବିସ ଜାନୁଆରୀ ଯେବେ ଆସେ

    ମନେପଡ଼େ ଦେଶପ୍ରେମ କଥା

    ତ୍ୟାଗ ବଳିଦାନର କୁଢ଼ କୁଢ଼ ଗାଥା

    ସାଧାରଣତନ୍ତ୍ରର ମୁଖରିତ ବ୍ୟଥା

     ଅତୀତ ବର୍ତ୍ତମାନ ଭବିଷ୍ୟତର ବିସ୍ତାରିତ ବାରତା ।୧


ଛବିସ ଜାନୁଆରୀ ଯେବେ ଆସେ

     ମନେପଡ଼େ ଭଙ୍ଗା- ଯୋଡ଼ା ଇତିହାସ

    .ତ୍ରିରଙ୍ଗାର ତିନି ରଙ୍ଗର ତାର୍କିକ ବିନ୍ୟାସ

     ସଂବିଧାନର ସଂଘିୟ ବ୍ୟବସ୍ଥାର ନିର୍ଯ୍ୟାସ

     ମହାମହିମ ରାଷ୍ଟ୍ରପତିଙ୍କର ସ୍ୱପ୍ନିଳ ଉଚ୍ଛ୍ଵାସ ।୨


ଛବିସ ଜାନୁଆରୀ ଯେବେ ଆସେ

   ମନେପଡ଼େ ବିଗତ ଦିନର ମନଗଢ଼ା ସପନ

   ଶକ୍ତିଶାଳୀ ବିଶ୍ଵଗୁରୁ ହେବ।କୁ ପ୍ରୟାସମାନ

    କଳା ସ୍ଥାପତ୍ୟର ଝାଙ୍କି ପଲ୍ଲୀରୁ ଦିଲ୍ଲୀ ଦର୍ଶନ

 ବୀର ସୈନିକ ପ୍ୟାରେଡ଼ ମାର୍ଚ୍ଚପାଷ୍ଟ ପତାକା ଉତ୍ତୋଳନ ।୩


ଛବିସ ଜାନୁଆରୀ ଯେବେ ଆସେ

  ମନେପଡ଼େ ନାହିଁ କାହିଁକି କୃଷକ ଆନ୍ଦୋଳନ

   ନାରୀ ନିର୍ଯ୍ୟାତନାର ବିଭତ୍ସ ଉପାଖ୍ୟାନ

  ବେକାରୀ - ଦାଦନ ସମସ୍ୟାର ମୂଳ ଉତ୍ପାଟନ

  ନିରିହ ଶିଶୁକନ୍ୟାର ପୌଶାଚିକ ଶ୍ରବଣ କୀର୍ତ୍ତନ ।୪


ସରକାର କ'ଣ ଅନ୍ଧ ମୂକ ବଧିର 

ଗଣତନ୍ତ୍ରର ଦ୍ୱାହି ଦେଇ ସ୍ୱପ୍ନ ଭଙ୍ଗୁର 

ଅମଲାତନ୍ତ୍ରର ନାଲି ପିତା ତଳେ ପାମର 

ଏକଛତ୍ରବାଦର ଛତ୍ରଛାୟାରେ ବେହୁସିଆର ?


ମନେରଖ ! ଥେଣ୍ଟ-କାଲ ବହୁରୂପୀ ସରକାର

ଦେଶ ସଭିଙ୍କର ସଭିଏଁ ଦେଶର

ଜନଗଣଙ୍କର ସାଧାରଣତନ୍ତ୍ରଙ୍କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy