STORYMIRROR

priyambada samal

Fantasy

3  

priyambada samal

Fantasy

ଇଛା ହୁଏ

ଇଛା ହୁଏ

1 min
250

     

ଏମିତି ବି ଇଛା ହୁଏ

ପଚାରିବି ତୁମରି ଠିକଣା

ତୁମ ଘର,

ବାପା ବୋଉ

ଭାଇ ଭଉଣୀ ଙ୍କ କଥା

ତୁମ ଛୋଟ ପରିବାର

ସୁଖ ଦୁଃଖ ମଧୁର ବାରତା। 

କେମିତି ତୁମ ଘରେ

କଟିଯାଏ, ଶୀତ, ବର୍ଷାଋତୁ

ବସନ୍ତ ବି ଆସଇ କେମିତି

 କେମିତି ଦିଶନ୍ତି ତାରା

ଚନ୍ଦ୍ର ରବି, ଗ୍ରହ ନକ୍ଷତ୍ର ସବୁ

କେମିତି ଘଟଇ ଋତୁ ଆବର୍ତ୍ତନ

 କେମିତି ବି ମାସପରେ

ମାସ ବିତିଯାଏ

ବର୍ଷ ପରେ ବର୍ଷ ଆସେ

ହସି ଉଠେ

ତୁମ ସୁଖୀ ପରିବାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy