STORYMIRROR

priyambada samal

Fantasy

3  

priyambada samal

Fantasy

ସନ୍ତାନ

ସନ୍ତାନ

1 min
230


କାନ ଧରେ

ରୋଷକଷାଣିତ ଆଖି ଦେଖାଏ

ଭୟ ପାଏ ସେ, 

ଆଉ କେବେ ଦୁଷ୍ଟାମୀ କରିବନି

ପାଠ ପଡିବ, ଭଲ ହେବ

ପ୍ରତିଶୃତି ଦିଏ

କିନ୍ତୁ! 

ପୁଣି ପୁନରାବୃତ୍ତି

ରାଗିଲେ ପାଖେ ବସେ

ଲୁହ ଡବଡବ ଆଖି ନେଇ

ପୁଣି ତାର ସେହି ପ୍ରତିଶ୍ରୁତି ର

ପୁନରାବୃତ୍ତି କରିବାକୁ

ରାଗିବାକୁ ମନ କରେନା

କଅଁଳ ଭୟାତୁର ଆଖି ଦେଖି

କୋଳକୁ ମୁଁ ନେଇ ତାକୁ ବୁଝାଏ ବହୁତ

ପ୍ରତିଶୃତିର ପୁନରାବୃତ୍ତି ଶୁଣେ

କିନ୍ତୁ ପୁଣି ପରିବର୍ତ୍ତନ

ସେ ମୋର ଟିକି ଝିଅ

ତାର ସ୍ବପ୍ନିଳ ଭିଜାଭିଜା ଆଖି ରେ

ଦେଖେ ମୁଁ ପ୍ରତିଶୃତି ର

ପୁନ  ସଂଗଠନ । 

ସିଏ ମୋ ସନ୍ତାନ

ମୋର ହ୍ରୁଦୟ ଚନ୍ଦନ, 

ମୋ ମନର ସ୍ପନ୍ଦନ, 

ମୋ ଖୁସି ର ନନ୍ଦନ କାନନ, 

ସିଏ ମୋ ସନ୍ତାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy