STORYMIRROR

priyambada samal

Fantasy

3  

priyambada samal

Fantasy

ଅମ୍ରୁତ ଦାତା*

ଅମ୍ରୁତ ଦାତା*

1 min
212

           

ତୋ ଦେହକୁ ମନ୍ଥି ଦେଲା ପରେ

ବିଷ୍ଣୁ ଙ୍କୁ ଲାଂଚ ଦେଇ

ଦେବତାଏ ପିଇ ଗଲେ

ଅମ୍ରୁତ, ଦେବରାଜ ପାଇଗଲେ

ଏୈରାବତ ପାରିଜାତ

ବିଷ୍ଣୁ ବରିନେଲେ 

ସାଗର କନ୍ଯା .... 

ଦେବତାଙ୍କ ଦିଲ୍ ଖୁସ୍

ମୁର୍ଖ ଦାନବେ ଅନାଇଲେ

ଡେଗା ଢେଗା ଆଖି ନେଇ

ମାରି ନେଲେ ମହା ଜନେ

ଚାହିଁଲେ ଜଳକା ପରି

ମୋହିନୀ ରୂପରେ ମୋହିତ ହୋଇ

ଜଳକା ଦଳ କଲବଲ ହେଲେ

ମ୍ରୁତ୍ୟୁ ବେଳେ ଥରିଥରି 

ଡରିଲେ ଦଣ୍ଡପାଣି କୁ। 

ଭେଳିକି ରେ ଚାହିଁଲେ

ଦାନବେ ସିନା ଅମ୍ରୁତ ଖିଆ

ଦେବତାଙ୍କ ସ୍ରୁଷ୍ଟି ରେ, 

ସର୍ବଶ୍ରେଷ୍ଠ ଜୀବ ମଣିଷ 

ଖାଲି ଚାହେଁନି, ସେ ବି ତା

ପ୍ରାପ୍ଯ ଛଡାଇ ଆଣେ

ତୋ ଦେହର ଗୁଳ୍ମଲତା,

ମୀନରେ କେତେ ରୋଗୀ

ଅମ୍ରୁତ ପାଇଲେ

ତୋ ଦେହକୁ ମନ୍ଥିମାନ୍ଥି

ନିଜ ପ୍ରାପ୍ଯ ଖୋଜି ଖୋଳି ନେଲେ

ସତେ ତୁ ତ ଅମ୍ରୁତ ର ଭଣ୍ଡାର

ତୁ ହିଁ ରତ୍ନାକର

ହେ ଅମ୍ରୁତ ଦାତା ସାଗର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy