Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract Romance Fantasy

3  

Chinmaya Kumar Nayak

Abstract Romance Fantasy

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି

1 min
159


ମନର ମଣିଷ ପାଇଁ ଝରିପଡୁଥିବା

ମନମୋହକ ତୀବ୍ର ଅନୁରକ୍ତି

ଦୁଇ ହୃଦୟରେ ସୃଷ୍ଟି ହେଉଥିବା

ଆକର୍ଷଣର ସ୍ୱର୍ଗୀୟ ବିଭୁତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


ଅନେକ ଅନ୍ଧାରୀ ରଜନୀ ପରେ 

ବାକିଥିବା ମିଳନ ପ୍ରଭାତୀ

ଜୀବନର ଖସଡ଼ା ଉପତ୍ୟକାରେ

ସେ ଏକ ନୈସର୍ଗିକ ଅନୁଭୂତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


କଣ୍ଟକିତ ପଥ ଧାରେ ଧାରେ

ଆଶ୍ୱାସନାର ଏକ ସ୍ରୋତସ୍ୱିନୀ ଶକ୍ତି

ଭାଙ୍ଗିପଡୁଥିବା ମେରୁଦଣ୍ଡ ପାଇଁ

ଏକ ସମ୍ଭାବନାମୟ ଆଶ୍ୱସ୍ତି 

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


କୁଞ୍ଜ କାନନର ଚଉତରା ପରେ

ପ୍ରତୀକ୍ଷାର ସ୍ନିଗ୍ଧ ସଞ୍ଜବତୀ

ଗହନବନର ନିଘଞ୍ଚ ପଥରେ

ଲୋଟି ପଡ଼ୁଥିବା ମଧୁ ମାଳତୀ

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


ମୋହିତ ଆଖିର ମୃଦୁ ଚମକରେ

ସେ ପୁର୍ଣ ଶାଶ୍ୱତ ଆସକ୍ତି

ସରଳ ପ୍ରାଣର ସ୍ଵଛ ଦର୍ପଣରେ

ଏକ ବିଶ୍ୱାସର ପ୍ରତିକୃତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି।


ଭାବ ବନ୍ଧନରେ ବନ୍ଧା ସେ ସମ୍ପର୍କ

ମୁକ୍ତିର ଏକ ମୃଦୁ ଅଭିବ୍ୟକ୍ତି

ଚେତନାର ପଦ୍ମ ପୁଷ୍କରିଣୀରେ ସେ

ତରଙ୍ଗିତ ମଧୁଝରା ପ୍ରୀତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


ବୟସ ସେପାରି ଆମ୍ବଗଛ ଡାଳେ

ଧ୍ୟାନସ୍ଥ ସେ ଏକ କଜଳପାତି

ନିଦାଘର ଅଗ୍ନିବର୍ଷା ଅଗଣାରେ

ଶ୍ରାବଣର ଇନ୍ଦ୍ରଧନୁ ଛତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


ପୂର୍ଣ ପ୍ରାଣରେ ସମର୍ପି ଦେବାର

ଅଭିନବ ଏ ଏକ କଳାକୃତି

ଯା ବିନା ଜୀବନ ଜୁଇଘର ସମ

ଅସରନ୍ତି ତାର ମଧୁଗୀତି

ପ୍ରେମ ; ଏକ ଆତ୍ମୀୟ ପ୍ରତିଶ୍ରୁତି। 


Rate this content
Log in

Similar oriya poem from Abstract