STORYMIRROR

Goutam Mohanty

Romance Tragedy Fantasy

3  

Goutam Mohanty

Romance Tragedy Fantasy

ନୂଆ ସକାଳ

ନୂଆ ସକାଳ

1 min
232


ସକାଳୁ ସୁରୂଜ    ପକାଇ ମୁରୁଜ

   ଉଇଁଲେଣି ପୂର୍ବ ଦିଗେ,

ଅନ୍ଧାର ହଟେଇ  ଆଲୋକ ପକେଇ

    ଆସୁଛନ୍ତି ରବି ବେଗେ।।


ନୂଆ ଦିନ ଧରି   ନୂଆ ଆଶା ଭରି

    ଦେଉଛନ୍ତି ଜ୍ୟୋତି ବାଣ୍ଟି,

କାଉ ରାବିଲାଣି  ସକାଳ ହେଲାଣି

    ମନ୍ଦିରରେ ବାଜେ ଘଣ୍ଟି।।


ହମ୍ମା ରଡି ଛାଡ଼ି  ବଉଳା ଗାଈଟି

     ସଭିଙ୍କୁ ଜଣାଇ ଦିଏ,

ନିଜ କର୍ମ କ୍ଷେତ୍ରେ  ଚାଲିବାକୁ କହି

    ନିଜେ ପୁଣି ଚରି ଯାଏ।।


ଚରାଚର ଯିବ    ପ୍ରତିଦିନ ପାଏ

    ନୂତନ ସକାଳ ସୂର୍ଯ୍ୟ,

ଦୁଃଖ କଷ୍ଟ ଭୁଲି  ଚାଲିବାକୁ ହେବ

    ମନେ ଭରି ଦୃଢ଼ ଧର୍ଯ୍ୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance