STORYMIRROR

SUKANTA KHANDA

Children

3  

SUKANTA KHANDA

Children

ବିଦାୟ ପୁରୁଣା ବରଷ

ବିଦାୟ ପୁରୁଣା ବରଷ

1 min
186


ପାପ ଅରଜିଛି ପୁରୁଣା ବରଷେ

ତାଳରୁ ତଳିପା ଯାଏଁ

ଉଦ୍ଧାର ପାଇଁ କି ଏ ଭବ ଜଳରେ 

ନଉକା ମୋଟେ ନ ଧାଏଁ।

ସମୁଦ୍ର ତରଙ୍ଗ ପରିକା ଜୀବନ

ସଦା ହୁଏ ହଲଚଲ

ପାପ ଲାଖିକରି ଚିଟା ହୋଇଲାଣି

ଜୀବନ ନଈର ଜଳ।

ତଳକୁ ତଳକୁ ଭାସି ଯାଉଅଛି

ଦୁରୁଗନ୍ଧ ଚଉଦିଗେ

ଘୃଣା ଅପମାନ ଫିଙ୍ଗୁଛନ୍ତି ସବୁ

ଯେ' ଥାଏ ମୋହରି ଆଗେ।

ପାପ ତ କରିଛି କି ଉତ୍ତର ଦେବି

ସକଳ ସଂସାର ପାଇଁ

ନୀରବ ବ୍ୟତୀତ ଲୁହକୁ ଗଡ଼ାଇ

ଖାଲି ଚାଲେ ଧାଇଁଧାଇଁ।

ପୁରୁଣା ବରଷ ଭବିଷ୍ୟକୁ ମୋର

ପୁତିଗନ୍ଧମୟ କଲା

ନୂଆ ବରଷରେ ଶପଥ କରିବି

ଦେହ ମନ କରି ଖୋଲା।

ଚୋରୀ ପର ନାରୀ ପାଖରୁ ଦୂରରେ

ରହିବି ମୁଁ ନିତିଦିନ

ପରଉପକାରେ ଜୀବନ ଦୀପକୁ 

ଲଗେଇବି ଆଜି ପଣ।

ବାପା ମାଆ ଭାଇ କୁଟୁମ୍ବ ସଭିଙ୍କୁ

ଆପଣାର କରିନେବି

ସେନେହ ଶରଧା ଭକତି ମନରେ

ଶୁଭ ଉପହାର ଦେବି।

ବାପା ମାଆଙ୍କର ଋଣକୁ ସୁଝିବି

ଦେବିନି ଦୁଃଖ କାହାକୁ

ଗାଆଁ ସାହିଭାଇ ବନ୍ଧୁ ଓ ବାନ୍ଧବ

ଭାଇଚାରା ବାଣ୍ଟିବାକୁ।

ସୂରୁଜ ଚନ୍ଦର ଆକାଶ ବତାସ

ଯିଏ ଥିବେ ଯେଉଁଠାରେ

ଶପଥକୁ ମୋର ଶୁଣିନେବ ବାରେ

ସେହି ନବ ବରଷରେ।

କୋଟିଏ ଜୁହାର ଦଶ ଦିଗପାଳ

ସତ୍ୟପଥେ ନିଅ ବାହି

ଧରମର ବାନା ଉଡ଼ାଇବା ପାଇଁ

ସାହସ ଦିଅନ୍ତୁ କହି।

ପୁରୁଣା ବରଷ ଅନୁତାପ ପାଇଁ

କରିଦେବ ମୋତେ କ୍ଷମା

ପାପକୁ ଧୋଇକି ଆଜିଠାରୁ ତୁମେ

ହଟାଇ ଦିଅ କାଳିମା।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children